Rape allegation / IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଅଶ୍ଳିଳ ଭିଡିଓ ଦେଖାଇ ବଳତ୍କାର କରିଥିବା ଅଭିଯୋଗ
·4 months ago·2 min read

Key Points
ଆଇଆରଏସ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ଅଶ୍ଳିଳ ଭିଡିଓ ଦେଖାଇ ବଳତ୍କାର କରିଥିବା ଅଭିଯୋଗ
ଥାନାରେ ରୁଜୁ ହେଲା ମାମଲା

ଆଇଆରଏସ ଅଫିସରଙ୍କ ବିରୋଧରେ ଆସିଲା ସଂଘାତିକ ଅଭିଯୋଗ। ଅଶ୍ଳିଳ ଭିଡିଓ ଦେଖାଇ ବଳତ୍କାର କରିଥିବା ଅଭିଯେୋଗ। ନିଜ କ୍ବାର୍ଟର୍ସ ଭିତରେ ଯୁବତୀଙ୍କୁ ବଳାତ୍କାର କରିବାର ସଂଘାତିକ ଅଭିଯୋଗ ଆସିଛି I ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଆଇଆରଏସ ଅଫିସରଙ୍କ ବିରୋଧରେ 64 (1) ଦଫା ଲଗାଇଛି।
ଆଇଆରଏସ୍ ଅଫିସ୍ର ଜଣଙ୍କ ସତସଙ୍ଗ ବିହାର ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପରିବାର ସହ ରହନ୍ତି । କିଛିଦିନ ତଳେ ଆଇଆର୍ଏସ୍ ଅଫିସରଙ୍କ ଭଉଣୀ ତାଙ୍କ ଘରକୁ ଆସିଥିଲେ । ତାଙ୍କ ସହ ଆସିଥିଲେ ଜଣେ ଯୁବତୀ । ୧୫ ତାରିଖ ଦିନ ଆଇଆରଏସ୍ଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ଯୁବତୀ ଘରେ ଥିଲେ । ଟିଭି ଦେଖୁଥିଲେ। ଅଫିସର୍ ଜଣଙ୍କ ତାଙ୍କୁ ଲାପଟପରେ ଏକ ସିନେମା ଦେଖିବାକୁ ବେଡରୁମକୁ ଡାକି ଅଶ୍ଳୀଳ ଭିଡିଓ ଦେଖାଇଥିଲେ। ତା’ପରେ ଯୁବତୀଙ୍କୁ ବଳାତ୍କାର କରିଥିଲେ। ପ୍ରତିବାଦ କରିବା ସହ ଥାନାକୁ ଯିବାକୁ ଧମକ ଦେଇଥିଲେ। ହେଲେ ଅଫିସର୍ ଜଣଙ୍କ ଫୋନ୍ରେ ଯୁବତୀଙ୍କ ଡ୍ରେସ ବଦଳାଉ ଥିବାବେଳର ଉଲଗ୍ନ ଫଟୋ ରେକର୍ଡିଂ ରଖିଥିବା କହି ବ୍ଲାକମେଲ କରିଥିଲେ। ଥାନାରେ ଏତଲା ଦେଲେ କିମ୍ବା ଘଟଣା ସଂପର୍କରେ କାହାକୁ କିଛି କହିଲେ ଉକ୍ତ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଥିରେ ଯୁବତୀ ଡରି ଯାଇଥିଲେ। ତେବେ ମଉକା ଦେଖି ସେହିଦିନ ଉକ୍ତ କ୍ୱାର୍ଟର୍ସ ଛାଡି ଯୁବତୀ ଜଣଙ୍କ ଖସି ପଳାଇଥିଲେ । ୪ ଘଣ୍ଟା ପରେ ତାଙ୍କ ପତ୍ନୀ ଓ ଭଉଣୀ ପହଞ୍ଚିଥିଲେ ଯୁବତୀଙ୍କୁ ଖୋଜିଥିଲେ। ହେଲେ ଆଇଆରଏସ୍ ଅଫିସ୍ର ଜଣଙ୍କ କହିଥିଲେ ଯେ ଯୁବତୀଙ୍କର ଗାଁରୁ ଜରୁରି ଫୋନ୍ ଆସିଥିଲା। ତେଣୁ ସେ ହଠାତ ଗାଁକୁ ଯିବାକୁ ବାହାରିବାରୁ ମୁଁ ତାକୁ ବସ୍ରେ ବସାଇ ଦେଇଛି । ସେ ଗାଁକୁ ପଳାଇ ଯାଇଛି ।
ତେବେ ଗତ ୧୮ ତାରିଖ ଦିନ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ ଆଇଆରଏସ୍ ଅଫିସ୍ର ରଖିଥିବା ତାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିଦେଇଛନ୍ତି । ଘଟଣା ସଂପର୍କରେ ପଚାରିବାକୁ ଯୁବତୀ ତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ଆଇଆରଏସ୍ ଅଫିସର ଜଣଙ୍କ ତାଙ୍କୁ ପୁଣି ପୁରୀର ଏକ ହୋଟେଲ୍କୁ ଡାକିଥିଲେ । ହୋଟେଲ୍ ନ ଗଲେ ଘର ଲୋକଙ୍କୁ ଭିଡିଓ ପଠାଇଦେବେ ବୋଲି ଧମକ ଦେଇଥିଲେ। କିଛି ଉପାୟ ନ ପାଇ ଯୁବତୀ ସହିଦ୍ନଗର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରିବା ସହ ଆଇଆରଏସ୍ଙ୍କ ବିରୋଧରେ ୬୪ (୧) ଦଫା ଲଗାଇଛି। ପୋଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି।
ଏଥିସହ ପଢ଼ନ୍ତୁ: ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି IAS

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories