ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
by Argus News
Thu, Sep 26 | 10:49 a.m.

ଅର୍ଗସ ବ୍ୟୁରୋ:ରାଜ୍ୟରେ ସୁଭଦ୍ରା ଉତ୍ସାହ। ସଶକ୍ତ ଓ ଆର୍ଥିକ ସ୍ବାବାଲମ୍ବୀ ହେଉଛନ୍ତି ମହିଳା,ଆଗଉଛି ଓଡ଼ିଶା, ରେକର୍ଡ କରୁଛି ସୁଭଦ୍ରା। ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସୁଭଦ୍ରା ଯୋଜନାରେ ଉପକୃତ ହେବେ ଏକ କୋଟି ମହିଳା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢିଛି। ବର୍ତ୍ତମାନ ଇ-କେଓ୍ବାଇସି ପାଇଁ ଟିକେ ସମୟ ଲାଗୁଛି । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ଲକ୍ଷ ୧୧ହଜାର ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ଖୁବଶୀଘ୍ର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହୁରି ମଧ୍ୟ କହିଛନ୍ତି ମାର୍ଚ୍ଚ ୮ରେ ମହିଳାମାନଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ମିଳିବ।  ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ଦିନରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ,ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆଗକୁ ଯିବାକୁ ବାଟ କଢାଉଛି,ଆଗଉଛି ଓଡ଼ିଶା ଆଗରେ ନାରୀଶକ୍ତି। 
 

ବହୁ ଚର୍ଚ୍ଚିତ
29m ago
ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣ
DURGA PUJA
38m ago
ଝାରପଡା ଦୁର୍ଗାପୂଜା: ଚଳିତବର୍ଷ ୧୪ ବର୍ଷରେ ପହଞ୍ଚିଲା
ଅର୍ଗସ ବ୍ୟୁରୋ: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାର
LOW PRESSURE
56m ago
ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା