ନିମାପଡା : ରାସ୍ତାକାର୍ଯ୍ୟରେ ଅନିୟମିତତାକୁ ବିରୋଧ କରି ଗାଁରୁ ବାସନ୍ଦ । ପୁରୀ ଗୋପ ଥାନା କୁଆଁପଡ଼ା ପଞ୍ଚାୟତ ସୂଜାନଗର ଗାଁରେ ଅଭାବନୀୟ ଘଟଣା । ତତ୍କାଳୀନ ବିଜେଡି ସରକାରଙ୍କ ସମୟରେ ହୋଇଥିବା ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରିବାରୁ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଗାଁର ଶରତ ପ୍ରଧାନ ରାସ୍ତାକାମରେ ବ୍ୟାପକ ଅନିୟମିତତା ଦେଖି ବିରୋଧ କରିବାରୁ ତାଙ୍କ ପରିବାରକୁ ନିଆଁ, ପାଣି, ମନ୍ଦିରରେ ପ୍ରବେଶକୁ ବନ୍ଦ କରାଯାଇଛି । କିଛି ଲୋକ ଗାଁରେ ଘଣ୍ଟ ବାଡେଇବା ସହ ଗାଁ ମନ୍ଦିରରେ ପାଦୁକ ଛୁଆଁଇ ତାଙ୍କ ପରିବାର ସହିତ କୌଣସି ସମ୍ପର୍କ ନ ରଖିବାକୁ କହିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଶରତଙ୍କୁ କିଛିଦିନ ତଳେ ଗାଁରେ କିଛି ବ୍ୟକ୍ତି ଆକ୍ରମଣ ମଧ୍ୟ କରିଥିଲେ । ତେଣୁ ସେ ତାଙ୍କ ମାଁ ଙ୍କୁ ଭଉଣୀ ପାଖରେ ଛାଡି ଅନ୍ୟ ସ୍ଥାନରେ ରହୁଥିବା ଜଣାପଡିଛି I ଭଉଣୀ ସସ୍ମିତା ପାତ୍ର ଙ୍କ ପାଖରେ ମା ଙ୍କୁ କାହିଁକି ରଖିଲ ବୋଲି କହି ଗ୍ରାମବାସୀ ମାନେ ସସ୍ମିତା ପାତ୍ର ଙ୍କୁ ମଧ୍ୟ ଗାଁ ରୁ ବାସନ୍ଦ କରିଥିବା ଜଣା ପଡିଛି । ସସ୍ମିତା ଟ୍ୟୁସନ କରୁଥିବା 30 ପିଲା ଙ୍କ ପରିବାର କୁ ମଧ୍ୟ ଟ୍ୟୁସନ ନଯିବା ପାଇଁ ବାରଣ କରିଛନ୍ତି ଗ୍ରାମବାସୀ । ବୃଦ୍ଧା ମା ଙ୍କୁ ସାଙ୍ଗରେ ଧରି ଗୋପ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଆଶାରେ ରହିଛନ୍ତି ଶରତଙ୍କ ଭଉଣୀ ସସ୍ମିତା ।