ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ
by Argus News
Sun, Sep 29 | 1:42 p.m.

ମାଲକାନଗିରି:  ବିଜେଡି ଶାସନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଂଘାତିକ କେଳେଙ୍କାରୀ । ମାଲକାନଗିରି ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି । ମତ୍ସ୍ୟ ବିଭାଗ ସହାୟତାରେ ଖୋଳାଯାଇଛି ବଡ଼ ବଡ଼ ପୋଖରୀ । ଜଙ୍ଗଲ ଜମିରେ ନରେଗା ଯୋଜନାରେ ତିଆରି ହୋଇଛି ରାସ୍ତା । ଅଭିଯୋଗ, ପୂର୍ବ ବିଜେଡି ଶାସନ ସମୟରେ ମାଲକାନଗିରି ମୋଟୁରେ ହୋଇଛି ଏ ସାଂଘାତିକ କେଳେଙ୍କାରୀ ।  
 
 ନିଛାଟିଆ ଜଙ୍ଗଲ, ତା ଭିତରେ ଦୀର୍ଘ ମାଟି ରାସ୍ତା। ଆଉ ଶେଷରେ ତାରବାଡ଼ ଘେରା ଏ ଅଞ୍ଚଳ। ବଡ଼ ବଡ଼ ଅଟ୍ଟାଳିକା, ଗୋଦାମ ଘର। ବଡ଼ ବଡ଼ ପୋଖରୀ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିଛି । ପୁଣି ଭିତରେ ଥୁଆ ଯାଇଛି ଜେସିବି ମେସିନ୍ ଆଉ ଟ୍ରାକ୍ଟର। ଇଏ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳ।  326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଜଙ୍ଗଲ ଭିତରେ ସାବେରୀ ନଦୀ କୂଳରେ ହୋଇଛି ନିର୍ମାଣ। ଯାହାର ନାଁ ଇସଲାମ ନଗର । ଆସିଛି ସାଂଘାତିକ ଅଭିଯୋଗ, ଜଣେ ବ୍ୟକ୍ତି ପ୍ରାୟ ପ୍ରାୟ 100 ଏକର ଜଙ୍ଗଲ ଜମି ବେଆଇନ ଜବରଦଖଲ କରି କରିଛନ୍ତି ବେଆଇନ ନିର୍ମାଣ। 

 ଅଭିଯୋଗ, ପୂର୍ବ ବିଜେଡି ଶାସନ ସମୟରେ ମାଲକାନଗିରି ମୋଟୁରେ ହୋଇଛି ଏ ସାଂଘାତିକ କେଳେଙ୍କାରୀ। ଜବରଦଖଲ ହୋଇଥିବା ଏ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ପୋଖରୀ ଖୋଳା ପାଇଁ ମତ୍ସ୍ୟ ବିଭାଗ ଯୋଗାଇ ଦେଇଛି ଆର୍ଥିକ ସହାୟତା। ସରକାରୀ ଉଠାଜଳସେଚନ ପ୍ରକଳ୍ପ ବି କରାଯାଇଛି ।   ସବୁଠାରୁ ବଡ଼ କଥା ହେଲା ତହସିଲଦାରଙ୍କଠାରୁ ନେଇ ସ୍ଥାନୀୟ ରେଞ୍ଜର ଜଙ୍ଗଲ ଜମି ଜବରଦଖଲ ବାବଦରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ସବୁ ଜଣା। କିନ୍ତୁ କଥାରେ ନାହିଁ ତାଳମେଳ । ତହସିଲଦାର ଏହାକୁ ସଂରକ୍ଷିତ ଜଙ୍ଗଲ କହୁଥିବାବେଳେ, ରେଞ୍ଜର କହିଛନ୍ତି ରାଜସ୍ବ ଜଙ୍ଗଲ। ଅନ୍ୟପଟେ ଜବରଦଖଲ ଉଚ୍ଛେଦ ନେଇ ପରସ୍ପର ଉପରକୁ ଦୋଷ ଠେଲୁଛନ୍ତି।   ପ୍ରଶ୍ନ ହେଲା ଜଙ୍ଗଲ ଜମି ଜବରଦଖଲ ପଛରେ ରହିଛି କାହାର ସମ୍ପୃକ୍ତି ? କାହା ସହଯୋଗ ଓ ସୁରକ୍ଷାରେ ହୋଇଛି ଏମିତି କାରନାମା ? ଜବରଦଖଲ ଜମିରେ ସରକାରୀ ପ୍ରକଳ୍ପ ହେଲା କେମିତି ? କେଳେଙ୍କାରୀ ପଛରେ ରହିଛି କି ସ୍ଥାନୀୟ ବିଜେଡି ନେତାଙ୍କର ହାତ ? ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସତ୍ବେ ସବୁ ଜାଣି କାହିଁକି ଚୁପ୍ ବସିଛି ମାଲକାନଗିରି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବହୁ ଚର୍ଚ୍ଚିତ
35m ago
ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣ
DURGA PUJA
44m ago
ଝାରପଡା ଦୁର୍ଗାପୂଜା: ଚଳିତବର୍ଷ ୧୪ ବର୍ଷରେ ପହଞ୍ଚିଲା
ଅର୍ଗସ ବ୍ୟୁରୋ: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାର
LOW PRESSURE
ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା