ନିଆରା ଢଙ୍ଗରେ ପୂଜା ପାଉଛି ବାଉଁଶ
by Argus News
Tue, Sep 10 | 6:45 p.m.

ଖୋର୍ଦ୍ଧା: ବୈଜ୍ଞାନିକ ଯୁଗରେ ଆଜି ବି ପୂଜା ପାଉଛି ବାଉଁଶ ବା ନଳ l ଗ୍ରାମର ଚାଷ,ଚାଷୀ ଏବଂ ପଶୁ ମାନଙ୍କ ସୁସ୍ଥ ଏବଂ ଅଧିକ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଗଞ୍ଜାମ ଜିଲ୍ଲା ର ଆସିକା ବ୍ଲକ ନିମିନା ପଂଚାୟତ ରେ ନିଆରା ଢଙ୍ଗରେ ଗିରି ପୂଜା ବା ନଳ ଯାତ୍ରା ପାଳିତ ହେଉଛି l   ଆସିକା ବ୍ଲଜ ଅନ୍ତର୍ଗତ ନିମିନା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁସାରେ ନଳ ଯାତ୍ରା ବା ଗିରିପୂଜା ଅନୁଷ୍ଠିତ ହୋଇଯାଇଛି l ଚଳିତ ଭାଦ୍ରବ ମାସ ଶୁକ୍ଲପକ୍ଷ ମଙ୍ଗଳବାର ରେ ନିମିନା ଗ୍ରାମ ରେ ବିଜେ ରତନେଇ ଠାକୁରାଣୀ, ରଙ୍ଗ ଚିଟିଆ ପାହାଡ଼ ର ପାଦ ଦେଶରେ ପୂଜା ପାଉଥିବା କାନ୍ଧୁଣି ଦେବୀ, ଗିରି ଉପରେ ବିଜେ ବନ ଦୁର୍ଗା ପାଖରେ ମାଜଣା,ପୂଜା, ହୋମ ଉପଚାର ପୂଜା କରାଯାଇଛି l

ଗ୍ରାମର ପଣ୍ଡିତଙ୍କ ଦ୍ୱାରା ପୂଜା, ହୋମ ଯଂଜ୍ଞ ଅନୁଷ୍ଠିତ ହୋଇଥାଏ l ବାଜା ବାଜଣା ରେ ତିନି ଗୋଟି ନୂତନ ନଳ କୁ ଗ୍ରାମ ପରିକ୍ରମା ହୁଏ l ଗ୍ରାମ ରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି l ତେଣୁ ଚାଷ ର ଉନ୍ନତି, ପଶୁ ପକ୍ଷୀ ରୋଗ ପୋକ ରୁ ନିୟତ୍ରଣ, ଚାଷ କ୍ଷେତ୍ରରେ ରୋଗ ନିୟନ୍ତ୍ରଣ, ଗ୍ରାମର  ସାମଗ୍ରିକ ଉନ୍ନତି, ଶାନ୍ତି ପ୍ରତିଷ୍ଠା ସକାଶେ ପ୍ରତିବର୍ଷ ଏଭଳି ନଳଯାତ୍ରା ଅନୁଷ୍ଠିତ ହୋଇଛି l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର