ଆସ୍ଥା ଉପରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଆଘାତ
by Argus News
Wed, Dec 11 | 9:19 p.m.

ଅର୍ଗସ ବ୍ୟୁରୋ: ଆସ୍ଥାକୁ ଆଘାତ କରିବା ଭଳି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିଜେଡି ନେତା ମୁନ୍ନା ଖାଁ। ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଉପରେ କରିଛି କୁଠାରାଘାତ । ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ `ମଣ୍ଡେଇ'ରେ `ଆହେ ଦୟାମୟ ବିଶ୍ବ ବିହାରୀ' ପ୍ରାର୍ଥନାକୁ ବିକୃତ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଗୀତର ରଚୟିତା ରାମକୃଷ୍ଣ ନନ୍ଦଙ୍କୁ ଆକ୍ଷେପ କରି ଦେଇଛନ୍ତି ଅଶାଳୀନ ମନ୍ତବ୍ୟ । 

ବିଜେଡି ସାଂସଦଙ୍କ ଏଭଳି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କବି ରାମକୃଷ୍ଣ ନନ୍ଦଙ୍କର ପରିବାର ଲୋକେ। କହିଛନ୍ତି ମୁନ୍ନା ଖାଁ ଓଡ଼ିଆ ଭାଷା, ଜାତି, ଓଡ଼ିଆ ସାହିତ୍ୟ ଓ ହିନ୍ଦୁ ଧର୍ମକୁ ଅପମାନ କରିଛନ୍ତି। ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ହେବ। 

କବି ରାମକୃଷ୍ଣ ନନ୍ଦଙ୍କ ଲିଖିତ ଆହେ ଦୟାମୟ ବିଶ୍ବ ବିହାରୀ ଓଡ଼ିଶାର ଘରେ ଘରେ ପରିଚିତ । ସାରା ରାଜ୍ୟର ସ୍କୁଲ ଗୁଡ଼ିକରେ ଏହି ପ୍ରାର୍ଥନା ବହୁଳ ଭାବେ ଗାନ କରାଯାଏ । ଯେଉଁଥିରେ ଭରି ରହିଛି ଈଶ୍ବର ଭକ୍ତି, ଈଶ୍ବରଙ୍କ ପ୍ରତି ଉତ୍ସର୍ଗ, ତ୍ୟାଗ, ସେବା, ସମର୍ପଣ, ଜନ କଲ୍ୟାଣ, ଭଲ ଆଚରଣ ଆଦି ଭାବ । ସ୍କୁଲ ପିଲାଙ୍କ ଭିତରେ ପିଲାବେଳୁ ଅନେକ ସଂସ୍କାରମୂଳକ ଗୁଣର ସଂଚାର କରିଥାଏ ଏହି ପ୍ରାର୍ଥନା। କିନ୍ତୁ ଦୁର୍ଭାଗ୍ୟର କଥା ଏହାର ମର୍ମକୁ ବୁଝିନାହାନ୍ତି ବିଜେଡି ସାଂସଦ । ଅଭିଯୋଗ ହୋଇଛି ମୁନ୍ନା ଖାଁ ମନଇଚ୍ଛା ଆହେ ଦୟାମୟ ପ୍ରାର୍ଥନାର ଭାବାର୍ଥ ବାହାର କରି ବିକୃତ କରିଛନ୍ତି । ବିଜେଡି ସାଂସଦଙ୍କ ଏମିତି ମନ୍ତବ୍ୟର ତୀବ୍ର ବିରୋଧ କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ । 

ପ୍ରଶ୍ନ ହେଲା ଆହେ ଦୟାମୟ ଭଳି ପ୍ରାର୍ଥନା ବାବଦରେ ଏଭଳି ମନ୍ତବ୍ୟ ଦେବାକୁ ମୁନ୍ନା ଖାଁ କିଏ ? ମୁନ୍ନା ଖାଁ କଣ ଭୁଲିଯାଉଛନ୍ତି ସେ ଜଣେ ଖାଁ ? ମହାନ କବି ରାମକୃଷ୍ଣଙ୍କର ମହାନ ଭାବନାକୁ ମୁନ୍ନା ଖାଁ କାହିଁକି କଲେ ବଦନାମ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ମହିଳା ସୁଇସାଇଡ
ମହିଳା ସୁଇସାଇଡ କଲେ ବିନା ପ୍ରମାଣରେ କାହିଁକି ପୁରୁଷବନ୍ଧୁଙ୍କୁ ଗିରଫ କରାଯାଏ'
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା କେସ ବର୍ତ୍ତମାନ ଚର୍ଚ୍ଚାରେ। ବେଙ୍ଗାଲୁରୁର ଏକ ଘରୋଇ ଆଇଟି କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଅତୁଲ ସୁଭାଷଙ୍କ ଆତ୍ମହତ୍ୟ
ରାଜ କପୁର
ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଇଁ ନିମନ୍ତ୍ରଣ ଦେଲେ
ଅର୍ଗସ ବ୍ୟୁରୋ: ମୋଦି ଙ୍କୁ ଭେଟିଲେ କପୁର୍ ପରିବାର । ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ ..ଏହି ଉପଲକ୍ଷେ ପୁରା ପରିବା
ଆସ୍ଥା ଉପରେ
ଆସ୍ଥା ଉପରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଆଘାତ
ଅର୍ଗସ ବ୍ୟୁରୋ: ଆସ୍ଥାକୁ ଆଘାତ କରିବା ଭଳି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିଜେଡି ନେତା ମୁନ୍ନା ଖାଁ। ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଉପରେ କରିଛି କୁଠାରାଘାତ । ଅଭିଯୋଗ ହୋଇଛ
ରିଜର୍ଭ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା
ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବ
ମହାକବି
ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ
ଅର୍ଗସ ବ୍ୟୁରୋ: ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ । ଭାରତୀଙ୍କ ସ୍ମୃତିରେ ଲୋକସଭା ଭବନ କନଭେନସନ ହଲରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଭାରତୀୟ ଭାଷ