ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା
by Argus News
Sun, Sep 29 | 6:05 p.m.

ଅର୍ଗସ ବ୍ୟୁରୋ:  ବିଜେପି ସରକାରର ଫୋକସରେ ଏବେ କୋରାପୁଟ ଜିଲ୍ଲା। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା । କୋରପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ 650ଶଯ୍ୟା ବିଶିଷ୍ଟ ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀ ଚିତ୍ରା ମୁରଙ୍ଗମ। ତାଙ୍କ ସହ ଜିଲ୍ଲାପାଳ କୀର୍ତ୍ତୀ ବାସନ ଭି ମଧ୍ୟ ସାମିଲ । କୋରାପୁଟର ବିକାଶ ପାଇଁ ନୂଆ ସରକାରଙ୍କ ପଦକ୍ଷେପ ଆରମ୍ଭ ।

ସେପଟେ ଜୟପୁରରେ ନିର୍ମାଣଧୀନ ସଦର ମହକୁମା ହସପିଟାଲ, ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ, ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପେନସନ ପ୍ରଭୃତି ଉପରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକ ପରେ ନୋଡାଲ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ନୋଡାଲ ଅଧିକାରୀଙ୍କ ପରିଦର୍ଶନ ସମୟରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଅରେଞ୍ଜ ଜୁସ୍‌
1m ago
ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ
ନୂଆଦିଲ୍ଲୀ: କିଛି ଲୋକଙ୍କ ପାଇଁ ସକାଳ ବ୍ରେକଫାଷ୍ଟରେ ନିହାତି ଦରକାର ହୋଇଥାଏ ଅରେଞ୍ଜ ଜୁସ୍‌ । କିନ୍ତୁ ଏହା କଣ ସ୍ୱାସ୍ଥ୍ୟ ପାଇଁ ହିତକାରକ..
ମୂଳଦୁଆ
8m ago
କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ
କଟକ: ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମ
ପ୍ରଧାନମନ୍ତ୍ରୀ
23m ago
`ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ ପ୍ରଶଂସା
ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ