ଅର୍ଗସ ବ୍ୟୁରୋ : ଆଜିଠାରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ । ଓଡ଼ିଶା ଆସିବେ ପିଏମ୍ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର ଦେବେ ଭାରତୀୟ ରାଜନୀତିର ଦୁଇ ସଫଳ ଯୋଡ଼ି ମୋଦି ଓ ଶାହ । ଶୁକ୍ରବାର ଅପରାହ୍ନରୁ ନେଇ ରବିବାର ସଂଧ୍ୟା ଯାଏଁ ତିନି ଦିନ ଭୁବନେଶ୍ବରରେ ରହିବେ ମୋଦି ଓ ଶାହ । ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । ଲୋକସେବା ଭବନ କନଭେସନ ସେଣ୍ଟରରେ ଆୟୋଜିତ ଡିଜି ସମ୍ମିଳନୀରେ ଯୋଗ ଦେବେ ।
ଅଧିକ ପଢନ୍ତୁ : ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ପରେ ଅପରାହ୍ନ ୪.୧୫ରେ ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପିଏମଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି । ସଭା ସ୍ଥାନରୁ ରାଜଭବନ ଏବଂ ସଂଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହି ସମସ୍ତଙ୍କ ସହ ଆଲୋଚନା କରିବେ । ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର ଦେବେ । ମୋଦୀ ଓ ଶାହଙ୍କ ଗସ୍ତ ପାଇଁ ବିମାନ ବନ୍ଦର, ରାଜ୍ୟ ଅତିଥି ଭବନ, ରାଜ ଭବନ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା। ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ଏସପିଜି ଟିମ୍। ସେପଟେ ଅତିଥିଙ୍କୁ ସ୍ବାଗତ ପାଇଁ ରାଜଧାନୀକୁ ଆଲୋକମାଳାରେ ବି ସଜାଯାଇଛି ।