ଦୀପ୍‌ଥେରିଆ ଆତଙ୍କ,  ମାଲକାନଗିରିରେ ପହଁଚିଲେ ସାତ ଜଣିଆ ଡାକ୍ତରୀ ଟିମ 
by Argus News
Sun, Sep 29 | 2:33 p.m.

 ମାଲକାନଗିରି : କିଛି ଦିନ ତଳେ ଚିତ୍ରାଙ୍ଗପାଲି  ଆଶ୍ରମ ବିଦ୍ୟାଳୟରେ ଡିପ୍‌ଥେରିଆ ରୋଗ ସଂକ୍ରମଣ ହେବା ପରେ ଥଣ୍ଡା କାଶ ଜନିତ ରୋଗର ଶିକାର ହୋଇ ଶିବୁ ମାଡକାମୀ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ କାଲିମେଳା ମେଡିକାଲର ଏକ ଡାକ୍ତର ଟିମ୍ ଚିତ୍ରାଙ୍ଗପାଲି ସ୍କୁଲରେ ପହଞ୍ଚି ସ୍ବାପ ଟେଷ୍ଟ ପାଇଁ କୋରାପୁଟ ମେଡିକାଲ କଲେଜକୂ ପଠାଇ ଥିଲା । ହେଲେ ପରିକ୍ଷାରୁ ଜଣା ପଡିଲା ସାଙ୍ଘାତିକ  ସଂକ୍ରମଣର ତଥ୍ୟ ।

ଯାହାକୁ ଚିହ୍ନଟ କରିଛନ୍ତି କୋରାପୁଟ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ସଂକ୍ରମିତ ହୋଇ 8 ଜଣ ଏବେ କାଲିମେଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଜଣେ ଛାତ୍ର କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣା ପରେ ସଜାଗ ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତେକ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା କରିବା ସହ ସଂକ୍ରମଣ ଯେମିତି ଆଗକୁ କାୟା ବିସ୍ତାର ନକରିବ ସେନେଇ ଅନୁଧ୍ୟାନ କରୁଛି UNISEF ଓ ଏକ ରାଜ୍ୟ ସ୍ତରୀୟ ଟିମ  । ସାତ ଜଣିଆ ଡାକ୍ତରୀ ଟିମ ପ୍ରଥମେ ଚିତ୍ରାଙ୍ଗପାଲି ବିଦ୍ୟାଳୟ ଓ ପରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଚିତ୍ରାଙ୍ଗପଲ୍ଲୀ ହଷ୍ଟେଲ ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଟୀକା ଦିଆଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନଜର ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଏକ୍ସ କ୍ରିଉ-9
2m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ
ହୃଦସ୍ପନ୍ଦନ
7m ago
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?
ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି
ହତ୍ୟା
18m ago
ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟରୋ: ନାଇଟ ଡ୍ୟୁଟିରେ ଥାଇ ଚୋରି ଡକାୟତି ମାମଲାର ତଦନ୍ତ କରୁଥାନ୍ତି ନାଙ୍ଗଲୋଇ ଥାନାର କନଷ୍ଟେବଲ ସନ୍ଦୀପ। ଅଞ୍ଚଳରେ ଚୋରି ଡକାୟତି ବଢ଼ିବା କାରଣରୁ ତାଙ୍କୁ ଏହାର ତଦନ୍