୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା
by Argus News
Sun, Sep 29 | 5:52 p.m.

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିଵା ଵେଳେ ଲଗାଣ ଵର୍ଷା ହେଲେ  ରାସ୍ତାର ହାଲ ଵେହାଲ । ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଅଣ୍ଟା ଭିଡିଛନ୍ତି ଗାଁର ମହିଳା । ଜଙ୍ଗଲ ଜନନୀ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜ ଖର୍ଚ୍ଚରେ ମରମ ଯୋଗାଡ କରି ହାତରେ କୋଡି, କୋଦାଳ ଧରି, ମୁଣ୍ଡରେ ମରମ ବୋହି ରାସ୍ତା ମରାମତି କରିଛନ୍ତି ।

ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ୨ କିଲୋମିଟର ରାସ୍ତା ଆଜି ଯାଏ ନିର୍ମାଣ ହୋଇପାରିନାହିଁ । ରାସ୍ତାର ଦୂରବସ୍ଥା ଯୋଗୁଁ ଗାଁକୁ ଆମ୍ବୁଲାନସ କିମ୍ବା ଅନ୍ୟ ଯାନବାହାନ ଚଳାଚଳ କରିପାରୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତେଣୁ ଗାଁରେ ଏକ ନିତିଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ । ସେପଟେ ଏନେଇ ଆମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ସମ୍ପୃକ୍ତ ବିଡିଓଙ୍କୁ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଣାଇଥିବା କହିଛନ୍ତି। ତେବେ ବର୍ଷାରେ ଯେଉଁ ରାସ୍ତାରେ ପାଦରେ ଚାଲି କି ଯିବା ଅସମ୍ଭବ ହେଉଥିଲା, ଏବେ ସେହି ରାସ୍ତା ମହିଳାମାନଙ୍କ ଯୋଗୁଁ ବ୍ୟବହାର ଉପଯୋଗୀ ହୋଇପାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ମୂଳଦୁଆ
5m ago
କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ
କଟକ: ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମ
ପ୍ରଧାନମନ୍ତ୍ରୀ
21m ago
`ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ ପ୍ରଶଂସା
ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ
ନୂଆ ସରକାର
37m ago
ନୂଆ ସରକାର, ଶାସନର ମଡେଲ୍ ବି ନୂଆ
ଅର୍ଗସ ବ୍ୟରୋ: ବିଜେପି ସରକାରଙ୍କ ନୂଆ ମଡେଲ୍। ଅନ୍ ଦି ସ୍ପଟ୍ ସମସ୍ୟାର ସମାଧାନ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ମିଶୁନଥିଲେ। ହେଲେ ବିଜେପି ସରକାରର