ଯାଜପୁରର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବର୍ଷିଲେ ମୋହନ
by Argus News
Sun, Sep 29 | 8:34 p.m.

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ନଗଡାର ତଲଡିହ ଗାଁ। ଗତବର୍ଷ ଅଗଷ୍ଟ ମାସରେ ତଳଡିହରେ 2 ପିଲାଙ୍କ ଅପପୁଷ୍ଟିରେ ମୃତ୍ୟୁର ଖବର ଆସିବା ପରେ ସେଠାରେ ପହଞ୍ଚିଥିଲା ଅର୍ଗସ ଟିମ୍। ସାମ୍ନାକୁ ଆଣିଥିଲା ରଇବାରୀ ଓ ଗୁରୁବାରୀ ମାଉସୀର କରୁଣ କାହାଣୀ। 

ଆଜି ଯ।ଜପୁର ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ବେଳେ ନଗଡା କଥା ଉଠାଇ ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି ୧୫ ରୁ ଅଧିକ ଶିଶୁଙ୍କର ନଗଡ଼ାରେ ଅକାଳ ମୃତ୍ୟୁ ହେଲା। ପୁର୍ବ ସରକାର ଯୋଜନା କରି ଏହାର ସମାଧାନ କରିପାରିଲେ ନାହିଁ।  ଗୁରୁବାରି ମାଉସୀ ଖାଦ୍ୟ ଅଭାବରେ ଚାକୁଣ୍ଡା ପତ୍ରର ଶାଗ ଖାଉଥିଲେ। ଆଉ ଏଇ ଚିତ୍ରକୁ କ୍ରୀତଦାସ ନେତା ଦେଖି କି ହଜମ କରିଦେଉଥିଲେ। 

ବଡଚଣାରେ ସଦସ୍ୟତା ଅଭିଯାନରେ BJD ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି କଂଗ୍ରେସରେ ମା' ପରେ ବେଟା ଆଉ BJD ରେ ବାପା ପରେ ପୁଅ। CMO ର ଜଣେ ଅଧିକାରୀ ଲୋକଙ୍କ ଦରଖାସ୍ତ ନେଇ କହୁଥିଲେ ମୁଁ ଲୋକଙ୍କର ସମସ୍ୟା ସମାଧାନ କରିବି। ଯାଜପୁର ଜଣେ ନେତା ନିଜର ପତିଆର ଜାହିର କରିବା ପାଇଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରୀତଦାସ କହୁଥିଲେ।  ଯାଜପୁରର ୩ ଟି ପରିବାର ଯାଜପୁର କୁ ଲୁଟିଛନ୍ତି ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ । ନାଁ ନେଇ ଟାର୍ଗେଟ୍ କରିଛନ୍ତି ବବି ଦାସ-ଅଶୋକ ଦାସ, ପ୍ରଣବ ବଳବନ୍ତ ରାୟ-କଳ୍ପତରୁ ଦାସ ଓ ପ୍ରିତି ରଂଜନ ଘଡେଇ-ପ୍ରଫୁଲ୍ଲ ଘଡେଇଙ୍କୁ।

ଏଇ ପରିବାର ବିକାଶ ନାଁରେ ଯାଜପୁରର ବିନାଶ କରିଥିବା କହିଛନ୍ତି ମୋହନ। ଏଥିସହିତ ଧର୍ମଶାଳା ସ୍ମୀତାରାଣୀ ହତ୍ୟା ଘଟଣାର ପୁଣି ଥରେ ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ବଡ଼ଚଣାରେ ବିଜେପିର ସଦସ୍ୟତା ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଜପୁରର ସାଂସଦ ଓ 4 ବିଜେପି ବିଧାୟକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୋଲ ଫ୍ରି ନମ୍ବର ଦେଇ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆହ୍ବାନ ଦେଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ