ଚାଷୀଙ୍କ ନିଦ ହଜାଇଛି ହାତୀ ପଲ
by Argus News
Sat, Dec 14 | 6:35 p.m.

ଅର୍ଗସ ବ୍ୟୁରୋ:  ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ରକ୍ଷା ପାଇଁ ହାତୀ ସହ ଛକାପଞ୍ଝା । ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ, ସମସ୍ତେ ହାତରେ ନିଆଁ ହୁଳା ଧରି ବିଲ ଭିତରେ ଦୌଡୁଛନ୍ତି । କାରଣ ରାତି ହେଲେ କ୍ଷତରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ ।  ଶୁଳିଆପଦା ରେଞ୍ଜ ନଛିପୁର ଗାଁରେ ରାତି ତମାମ ହାତୀ ପାଇଁ ଉଜାଗର ହେଉଛନ୍ତି ଚାଷୀ । ହାତୀ ପାଇଁ ଘର ଛାଡି ରାତି ତମାମ ବିଲରେ କଟାଉଛନ୍ତି ଚାଷୀ ପରିବାର ।

ଶୁଳିଆପଦା ଗ୍ରାମବାସୀଙ୍କ ଦୁଃଖ ପାଲଟିଛନ୍ତି ହାତୀ ପଲ। ଚାଷୀର ବର୍ଷକର ସୁନାର ଫସଲକୁ  ହାତୀପଲ ଦଳି ଚଟକି ନଷ୍ଟ କରିଦେଇଛନ୍ତି। କିଛିଦିନ ପୁର୍ବରୁ ଏହି ସବୁ ଜମିରେ ସୁନାର ଫସଲ ହସୁଥିଲା । ମାତ୍ର ଅମଳ ସମୟରେ ହାତୀପଲ ନଷ୍ଟ କରିଦେଲେ ସୁନୀର ଫସଲ । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର । ୪୧ ଟିକିଆ ଝାଡ଼ଖଣ୍ଡି ହାତୀପଲ ଦିର୍ଘ ୧୫ଦିନ ହେବ ଶୁଳିଆପଦା ବ୍ଲକର ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଆଂଚଳ ଭଣ୍ଡାରୀଷୋଳ ,ଉଫାଲଗଡ଼ିଆ , ବଡ଼ଶୋଳ , ଘଣଘଣା , କେଉଟୁଣୀମାରି, ହାତିମଡା ଆଦି ୫ଟି ପଂଚାୟତର ବହୁ ଧାନ ଫସଲ ନଷ୍ଟ କରିଦେଇଛନ୍ତି ।

ହାତୀ ଭୟ ଚାଷୀଙ୍କୁ ସୁଆଇ ଦେଉନି। ଦେଖନ୍ତୁ କିଭଳି ରାତି ରାତି ଉଜାଗର ହୋଇ ଚାଷୀ ନିଆଁ ଜାଳି ହାତୀ ଉପଦ୍ରବରୁ ଧାନ ଫସଲକୁ ରକ୍ଷା ପାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛି। ୧୫ଦିନ ହେବ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି ୪୧ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଦିନବେଳେ ଜଙ୍ଗଲ ଭିତରେ ହାତୀପଲ ରହୁଥିବା ବେଳେ ଠିକ ଅପରାହ୍ନ ୫ଟା ବାଜିଲା ମାତ୍ରେ ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ବେଷଣରେ ଧାନ ବିଲ ମୁହାଁ ହେଉଛନ୍ତି । ହାତୀ ଭୟରେ ଲୋକେ ଜୀବନ ବିକଳରେ ଛୁଆପିଲା ଧରି ଗାଁ ଛାଡି ପଳାଉଛନ୍ତି। 

ଏହା କେବଳ ୧୫ ଦିନର ସମସ୍ୟା ନୁହେଁ ବର୍ଷ ତମାମ ଝାଡ଼ଖଣ୍ଡି ହାତୀପଲ ଶୁଳିଆପଦା ବ୍ଳକର ବିଭିନ୍ନ ସ୍ଥାନରେ ଉପଦ୍ରବ କରିଥାନ୍ତି। ବହୁ ଧନ ଜୀବନ ନଷ୍ଟ ହେବା ସହିତ ବହୁ ପରିବାର ବାସହରା ଓ ବେସାହାରା ହୋଇଯାଇଛନ୍ତି। 

ଭାରତର ସମ୍ବିଧାନ
75 ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ହେଲା ସଂସଦରେ ସ୍ବତନ୍ତ୍ର ଆଲୋଚନା
ଅର୍ଗସ ବ୍ୟୁରୋ: ଭାରତର ସମ୍ବିଧାନକୁ 75 ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ହେଲା ସଂସଦରେ ସ୍ବତନ୍ତ୍ର ଆଲୋଚନା। ଆଜି ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ସମ୍ବିଧାନ ପ୍ରସଙ୍ଗରେ କଂଗ୍ରେସ ଉପର
ଜଳିଗଲା ବସ
ହୁତୁ ହୁତୁ ହୋଇ ଜଳିଗଲା 'ମୋ ବସ'
କଟକ: ହୁତୁ ହୁତୁ ହୋଇ ଜଳିଗଲା ମୋ ବସ । କଟକ ଲିଙ୍କରୋଡ଼ ବସ ଷ୍ଟାଣ୍ଡରେ ଜଳିଗଲା ବସ । ବସରୁ ଧୂଆଁ ବାହାରିବା ପରେ ବସରୁ ଓହ୍ଲାଇ ପଡ଼ିଥିଲେ ସମସ୍ତ ଯାତ୍ରୀ । କାହାର କୌଣସି କ୍ଷତି ହୋଇ ନାହି
RBI
କୃଷକଙ୍କୁ ଆର୍‌ବିଆଇର ବଡ଼ ଉପହାର
ଅର୍ଗସ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି 2025 ଜାନୁଆରୀ ୧ ତାରିଖର
BJD
ଓଡ଼ିଆ ସ୍ବାଭିମାନ ସଭ୍ୟତାକୁ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଅପମାନ
ଅର୍ଗସ ବ୍ୟୁରୋ: ଆହେ ଦୟା ମୟ ପ୍ରାର୍ଥନାକୁ ସମାଲୋଚନା ଓ ତାର ଲେଖକ ରାମକୃଷ୍ଣ ନନ୍ଦଙ୍କୁ କଟାକ୍ଷ କରିଥିବା ସାଂସଦ ମୁନ୍ନା ଖାଁଙ୍କୁ ବିଜେଡି ସୁରକ୍ଷା। ଜଣାଶୁଣା କବି ସାରସ୍ବ
ମହାନଦୀ ଟ୍ରିବ୍ୟୁନାଲ
ମହାନଦୀକୁ ନେଇ ପୁଣି ମହା ବିତର୍କ
ଅର୍ଗସ ବ୍ୟୁରୋ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦି । ଏପଟେ ମହାନଦୀ ପ୍ରସଙ୍ଗରେ ଓଡ଼ିଶାରେ ଜୋ