‘ବାଗୀ-୪’ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ
by Argus News
Sat, Dec 14 | 2:50 p.m.

ଅର୍ଗସ ବ୍ୟୁରୋ:  ବଲିଉଡ୍‌ରେ ଏଣ୍ଟ୍ରି କରିବେ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସନ୍ଧୁ । ଚର୍ଚ୍ଚାରେ ରହିଛି ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ବାଗି-୪’ । ଫିଲ୍ମମେକର ନିକଟରେ ସୋନମ ବାଜୱା ଓ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି ବିଷୟରେ ସ୍ପଷ୍ଟ କରିଥିଲେ । ‘ବାଗି’ର ପ୍ରଥମ ଭାଗ ୨୦୧୬ ମସିହାରେ ରିଲିଜ୍‌ ହୋଇଥିଲା । ଏଥିରେ ଟାଇଗର ଶ୍ରଫ୍‌ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବକ୍ସ ଅଫିସ୍‌ରେ ଏହା ଭଲ ବ୍ୟବସାୟ କରିଥିଲା । ଫିଲ୍ମର ୨ୟ ଭାଗ ୨୦୧୮ ଓ ୩ୟ ଭାଗ ୨୦୨୦ରେ ମୁକ୍ତିଲାଭ କରିଥିଲା । ୫ ବର୍ଷ ପରେ ୨୦୨୫, ସେପ୍ଟେମ୍ବର ୫ ତାରିଖରେ ‘ବାଗି୪’ ସିନେମାଘରକୁ ଆସିବ । ଏଥିରେ ଜିମି ଶେରଗିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବାଗି ୟୁନିଭର୍ସରେ ହରନାଜଙ୍କ ଏଣ୍ଟ୍ରି ଘୋଷଣା ପରଠୁ ତାଙ୍କ ବଲିଉଡ୍‌ ଡେବ୍ୟୁ ଖବରର ଶିରୋନାମା ହୋଇଛି । ଇଣ୍ଟର୍‌ନେଟ୍‌ରେ ଏବେ ସେ ଟ୍ରେଣ୍ଡ୍‌ କରୁଛନ୍ତି ।ଏବେ ନିର୍ମାତା ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ସେୟାର କରି ହରନାଜଙ୍କ ଏଣ୍ଟ୍ରିରେ ମୋହର ମାରିଛନ୍ତି । 

ପୋଷ୍ଟ୍‌ରେ କ୍ୟାପ୍‌ସନ ରହିଛି ‘ମିସ୍‌ ୟୁନିଭର୍ସରୁ ବାଗି ୟୁନିଭର୍ସରେ ହରନାଜ କୌରଙ୍କୁ ସ୍ୱାଗତ ।’ ଫିଲ୍ମ ଟିମ୍‌ ହରନାଜଙ୍କ ନାଁ ଦେଇଛନ୍ତି ରିବେଲ ଲେଡି । ହରନାଜ ଏହା ପୂର୍ବରୁ ୨୦୨୨ରେ ମୁକ୍ତିପ୍ରାପ୍ତ ପଞ୍ଜାବୀ ଫିଲ୍ମ ‘ବାଈ ଜୀ କୁଟୁଙ୍ଗେ’ ଓ ୨୦୨୩ରେ ମୁକ୍ତିପ୍ରାପ୍ତ ‘ୟାରାଂ ଦିୟାଂ ପୌ ବାରାଂ’ରେ ନଜର ଆସିଥିଲେ। ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ‘ବାଗି୪’ର ପୋଷ୍ଟର୍‌ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଥମ ପୋଷ୍ଟର୍‌ ଗତ ନଭେମ୍ବର ୧୮ ତାରିଖରେ ରିଲିଜ୍‌ ହୋଇଥିଲା । ଏଥିରେ ଟାଇଗର ଶ୍ରଫ୍‌ଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

 

 

SESAME
4m ago
ଶୀତ ଦିନେ ରାଶି ଲଡୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
ଅର୍ଗସ ବ୍ୟୁରୋ: ସାଧାରଣତଃ ଶୀତ ଦିନେ ରାଶି ଲଡୁର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ଔଷଧ ଭଳି କାମ କରିଥାଏ
ELEPHANT
45m ago
ଚାଷୀଙ୍କ ନିଦ ହଜାଇଛି ହାତୀ ପଲ
ଅର୍ଗସ ବ୍ୟୁରୋ: ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ରକ୍ଷା ପାଇଁ ହାତୀ ସହ ଛକାପଞ୍ଝା । ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ, ସମସ୍ତେ ହାତର
ମାଞ୍ଜା ସୂତା
47m ago
ମାଞ୍ଜା ସୂତା ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ
କଟକ: କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କ
ଲାଲକୃଷ୍ଣ ଆଡଭାନୀ
ବର୍ଷୀୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ପୁଣି ଅସୁସ୍ଥ
ଅର୍ଗସ ବ୍ୟୁରୋ: ICUରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ICUରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସ୍ବାସ୍ଥ୍ୟାବସ୍ଥ
ଭାରତ-ଅଷ୍ଟ୍ରେଲିଆ
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ
ଅର୍ଗସ ବ୍ୟୁରୋ: ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବ