ସ୍ୱାମୀଙ୍କ ବାହାଘର; ପହଞ୍ଚିଗଲେ ପତ୍ନୀ, ଆଉ ତା' ପରେ....
by Argus News
Tue, Oct 15 | 12:58 p.m.

ବାଙ୍କୀ:କଲର ଘୋଷାଡିଲେ, ବିଚ୍‌ ରାସ୍ତାରେ ଚାପୁଡ଼ା ମାରିଲେ । କାହିଁକି ମୋ ଜୀବନ ସହ ଖେଳିଲୁ ବୋଲି ପ୍ରଶ୍ନ କଲେ । ଏ ଦୃଶ୍ୟ ଦେଖିବା ପରେ ଆପଣ କିଛି ବୁଝିପାରୁନଥିବେ । ଭାବୁଥିବେ ଏଇ ରାସ୍ତାରେ କି ଡ୍ରାମା ଚାଲିଛି ? ଦର୍ଶକବନ୍ଧୁ ଆପଣଙ୍କୁ ଏହା ଡ୍ରାମା ଭଳି ଲାଗୁଥିବ , ହେଲେ ଦୃଶ୍ୟ ପଛରେ ଯେ ଜଣଙ୍କର ସଂସାର ଉଜିଡିଯାଉଛି ସେ କଥା ଆପଣ ବିଶ୍ଵାସ କରିପାରୁନଥିବେ । 

ମାଡ ଖାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଡ ମାରୁଥିବା ମହିଳାଙ୍କ ସ୍ଵାମୀ । କିନ୍ତୁ ବ୍ୟକ୍ତି ଜଣକ ତାଙ୍କ ଅଜଣାତରେ ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ସେଇଥି ଲାଗି ତ ବିଚ୍‌ ରାସ୍ତାରେ ନିଜ ସ୍ଵାମୀଙ୍କୁ ମାରିବାକୁ ପଛାଇଲେନାହିଁ ମହିଳା ଜଣକ । 

ସ୍ତ୍ରୀ ଥାଉଥାଉ ପୁଣି ବାହା ହେବେ କହୁଥିଲେ
ବିଚ୍‌ ରାସ୍ତାରେ ମାରି ନାଲିଆ ପକାଇଦେଲେ ସ୍ତ୍ରୀ

ମହଙ୍ଗା ପଡ଼ିଲା ପରିକ୍ରିୟାପ୍ରୀତି । ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ସଜ ହେଉଥିଲେ ସ୍ୱାମୀ । ଖବର ପାଇ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ । ଘଟଣା ଘଟିଛି କଟକ ବାଙ୍କୀ କୋର୍ଟ ସମ୍ମୁଖ ରାସ୍ତାରେ । ଯାହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ବାଙ୍କୀ ଥାନା କିଆପଲା ପଞ୍ଚାୟତର କମଳପୁର ଗ୍ରାମର ସନ୍ତୋଷ କୁମାର ରାଉତ ବୈଦିକ ରୀତିରେ ଗତ ୨୦୨୨ ମସିହା ମାର୍ଚ୍ଚ ୧୧ ତାରିଖ ରେ ଗୋଳାଗଣ୍ଡ ପଞ୍ଚାୟତର ରାଜୀବ ଗାଁର ଜୈନିକ ଯୁବତୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସନ୍ତୋଷ କାର୍ଯ୍ୟ କରୁଥିବା ପୁଣେକୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଫେରିବା ପରେ ସ୍ତ୍ରୀ ବାପଘରକୁ ଯାଇଥିଲା । ଆଉ ଏହା ପଛରେ ଥିଲା ଶାରୀରିକ ଓ ମାନିସିକ ନିର୍ଯାତନାର ଅଭିଯୋଗ । ହେଲେ ଏହାର ଫାଇଦା ନେଇ ସନ୍ତୋଷ ପୁଣି ଥରେ ବାହା ହେବାକୁ ମନବଳାଇଥିଲେ । କିନ୍ତୁ ବାହାଘର ପୂର୍ବରୁ ପହଞ୍ଚିଯାଇଥିଲେ ପ୍ରଥମ ପତ୍ନୀ ଆଉ କାହାକୁ ଅପେକ୍ଷା ନକରି ମାଡ ମାରିଥିଲେ । ଆଉ ପୁରା ଘଟଣା ଦେଖିବା ପରେ ବାହାହେବାକୁ ଆସିଥିବା ଦ୍ଵିତୀୟ ପ୍ରେମିକା ଜଣକ ଚମ୍ପଟ ମାରିଥିଲେ । ପରେ ପରେ ସନ୍ତୋଙ୍କୁ ପୋଲିସର ଜିମା ଦିଆଯାଇଛି ।

ପୁରା ଘଟଣାକୁ ନେଇ ବାଙ୍କୀ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସନ୍ତୋଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଥମ ସ୍ତ୍ରୀ ପୋଲିସ ପାଖରେ ଦାବି କରିଛନ୍ତି ।

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ