'ହାଇଟେକ ହସ୍ପିଟାଲରେ 20%ରୁ ଅଧିକ ପୋଡିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ '
by Argus News
Mon, Jan 08 | 2:28 p.m.

ଭୁବନେଶ୍ୱର:  ହାଇଟେକ୍ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରେସମିଟ୍ କରି ହସ୍ପିଟାଲ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି । ହାଇଟେକ ହସ୍ପିଟାଲରେ 20%ରୁ ଅଧିକ ପୋଡିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ । ସେଠାରେ ପୋଡା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ICU ମଧ୍ୟ ନାହିଁ । କିଭଳି ଭାବରେ ସେଠାରେ 90% ପୋଡିଥିବା ରୋଗୀଙ୍କର ଚିକିତ୍ସା କରାଯାଉଥିଲା ? ହାଇଟେକ ମାଲିକ 27 ତାରିଖରେ ଓଡ଼ିଶାରେ ଥିଲେ l ସାମାଜିକ କାର୍ଯ୍ୟକ୍ରମର ଫୋଟୋ ଅଛି l ହଠାତ କେମିତି ସିଏ ଗାଏବ ହୋଇଗଲେ  ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । 

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯଦି ମିସନାରୀ ଚାରିଟିଙ୍କୁ ଅର୍ଥ ଦିଆଯାଉଛି ତା ହେଲେ କାହଁକି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇ ନାହିଁ । କାହିଁକି ଚୁପ ଅଛନ୍ତି ସ୍ବାସ୍ଥ୍ୟ ବିଭାଗ, ଶ୍ରମ କମିସନର? କ'ଣ ତିରୁପତି ପାଣିଗ୍ରାହୀ ବିଜୁ ଜନତା ଦଳର ସଦସ୍ୟ ବୋଲି ଆଇନର ଉପରେ କି ? ପୋଲିସର ଚରମ ବିଫଳତା ପାଇଁ କାହା ଉପରେ କାର୍ଯ୍ୟନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

ସେପଟେ ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଦିନକ ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ହେଲେ ସେହିଦିନ ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।  


 

ଲାଲକୃଷ୍ଣ ଆଡଭାନୀ
29m ago
ବର୍ଷୀୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ପୁଣି ଅସୁସ୍ଥ
ଅର୍ଗସ ବ୍ୟୁରୋ: ICUରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ICUରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସ୍ବାସ୍ଥ୍ୟାବସ୍ଥ
ଭାରତ-ଅଷ୍ଟ୍ରେଲିଆ
40m ago
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ
ଅର୍ଗସ ବ୍ୟୁରୋ: ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବ
ନାରୀନେତ୍ରୀଙ୍କ
42m ago
ନାରୀନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳା ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଓ ଆଶାର ପ୍ରତୀକ। ଭାରତୀୟ ସଭ୍ୟତାରେ ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାର ଅନ୍ତର୍ନିହିତ ମୂଲ୍ୟବୋ
ବିଶ୍ୱ ଚେସ୍‌
52m ago
ବିଶ୍ୱ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେ
ଜେଲ୍‌ରୁ
ଜେଲ୍‌ରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ
ଅର୍ଗସ ବ୍ୟୁରୋ: ଚଞ୍ଚଲଗୁଡା ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଶୁକ୍ରବାର ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି