୭ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର
by Argus News
Sun, Sep 29 | 8:01 a.m.

ଅର୍ଗସ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୭ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ଅନୁମୋଦନ। ବୈଠକ ଶେଷ ପରେ ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମଇଁଷି ଓ ଗୋପାଳନକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ଚାଷୀଙ୍କୁ ଗୋ-ସମ୍ପଦ ବୀମା ରାଶି 85 ପ୍ରତିଶତ ମିଳିବ। ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଓମ୍‌ଫେଡ୍‌କୁ ଆହୁରି ସଶକ୍ତ କରାଯିବ। ଏଥିପାଇଁ ବ୍ୟୟ ଅଟକଳ ହୋଇବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଗ୍ରାମାଞ୍ଚଳରେ ଗୋପାଳନ, ଗୋବଂଶର ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଦୁଗ୍ଧ ଚାଷୀଙ୍କୁ ମିଳିବ ସରକାରୀ ସହାୟତା।

ଅଧିକ ପଢନ୍ତୁ : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଡର୍ ଚାଷୀଙ୍କୁ ଇନ୍‌ସେନ୍‌ଟିଭ୍ ଦେବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ଘାସ ଉତ୍ପାଦନ ଓ ସରକାରୀ ଘାସ ଉତ୍ପାଦନ ଫାର୍ମର ସୁଦୃଢ଼ୀକରଣ ହେବ। ଅନ୍ୟ ପ୍ରସ୍ତାବ ଭିତରେ ହାଇକୋର୍ଟର 550ଟି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କରି ହସ୍ତାନ୍ତର କରାଯିବାକୁ ପାରିତ ହୋଇଛି ପ୍ରସ୍ତାବ। ଏହି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କାମ 30 ମାସରେ ସରିବ। ବେସରକାରୀ ଡିଲରଙ୍କ ଏକ୍ସଟେନ୍‌ସନ୍‌ 2026 ଯାଏଁ ଦେଢ଼ ବର୍ଷ ବୃଦ୍ଧି କରାଯିବ। ସିନିୟର ଜଜ୍‌ଙ୍କ ପାଇଁ ନିୟମ ସଂଶୋଧନ, ଉତ୍ତୀର୍ଣ୍ଣ ପାଇଁ ପରୀକ୍ଷା ସହ ବିଧାନସଭା ପରିସଂଖ୍ୟାନର ତଥ୍ୟ ବିତରଣ ଉପରେ ସଂଶୋଧନ ହେବ। 

ଆଇପିଏଲ୍‌
8m ago
ବିସିସିଆଇର ବଡ଼ ଘୋଷଣା,ଆଇପିଏଲ୍‌ରେ ମ୍ୟାଚ୍‌ ଫି ୭.୫ ଲକ୍ଷ,ଫ୍ରାଞ୍ଜାଇଜ୍‌ ବଜାୟ ରଖିବେ ୫ ଖେଳାଳି
ଅର୍ଗସ ବ୍ୟୁରୋ:ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ବିସିସିଆଇର ଐତିହାସିକ ନିଷ୍ପତ୍ତି ,କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କ
ROADS
9m ago
୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭ
BJD
15m ago
ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା
ଅର୍ଗସ ବ୍ୟୁରୋ: ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ତୁମ୍ବlଗୁଡାଠାରୁ ବଡ଼ିଗେଟl ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା । ଏହ