`ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ ପ୍ରଶଂସା
by Argus News
Sun, Sep 29 | 7:32 p.m.

ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ୍ ପ୍ଲଟଫର୍ମରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍ । ସେ ଏମିତି ଏକ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇ ପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖା ଯାଇପାରୁଛି । ସାନ୍ତାଳି ଭାଷାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାମଜିତ୍ । ସେ `ଅଲ୍ଚିକି'କୁ ଲେଖିବାର କୌଶଳ ବାହାର କରିଛନ୍ତି । ଏନେଇ ଏକ ଅଭିଯାନ ଚଳାଇଛନ୍ତି । ମାତୃଭାଷା ପାଇଁ ଛୋଟ ପ୍ରୟାସକୁ ପିଏମ୍ ପ୍ରଶଂସା କରିଥିବାରୁ ଖୁସିବ୍ୟକ୍ତ ସହ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ରାମଜିତ୍ ଟୁଡୁ ।

ମନ୍ କି ବାତ୍ କାର୍ଯ୍ୟକ୍ରମକୁ 10 ବର୍ଷ ପୁରିଛି । ଆଜି ୧୧୪ତମ ସଂସ୍କରଣରେ ଭାବପ୍ରବଣ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଯାତ୍ରା ଅବିସ୍ମରଣୀୟ । ଏହାକୁ କେବେ ଭୁଲି ହେବ ନାହିଁ ।ସେହିପରି ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି । କହିଛନ୍ତି, ସ୍ବଚ୍ଛତା ଦିନକର କାମ ନୁହଁ । ଏହା ବର୍ଷ ବର୍ଷ ଧରି ନିରନ୍ତର ପ୍ରକ୍ରିୟା । ସ୍ବଚ୍ଛତା ଏବେ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଅକ୍ଟୋବର ୨ରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି । ଏହି ଅଭିଯାନରେ ସାମିଲ୍ ହେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପିଏମ୍ ।

ମନ୍‌ କି ବାତ୍‌' ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଯାଜପୁରରୁ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଏଆଇସି ନାଳନ୍ଦାର ଇନୋଭେଟ ଓଡ଼ିଶା- ୨.୦ରେ ସାମିଲ୍ ହୋଇ ମନ୍ କି ବାତ୍ ଶୁଣିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ଏକ୍ସ କ୍ରିଉ-9
4m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ
ହୃଦସ୍ପନ୍ଦନ
9m ago
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?
ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି
ହତ୍ୟା
20m ago
ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟରୋ: ନାଇଟ ଡ୍ୟୁଟିରେ ଥାଇ ଚୋରି ଡକାୟତି ମାମଲାର ତଦନ୍ତ କରୁଥାନ୍ତି ନାଙ୍ଗଲୋଇ ଥାନାର କନଷ୍ଟେବଲ ସନ୍ଦୀପ। ଅଞ୍ଚଳରେ ଚୋରି ଡକାୟତି ବଢ଼ିବା କାରଣରୁ ତାଙ୍କୁ ଏହାର ତଦନ୍