ଝାରପଡା ଦୁର୍ଗାପୂଜା: ଚଳିତବର୍ଷ ୧୪ ବର୍ଷରେ ପହଞ୍ଚିଲା
by Argus News
Sun, Sep 29 | 3:11 p.m.

ଅର୍ଗସ ବ୍ୟୁରୋ:  ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ସମିତି । ଗତ ତେର ବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ତଥା ଅନ୍ୟ ରାଜ୍ୟମାନଙ୍କରେ ବହୁ ଆଦୃତ ଓ ପ୍ରଶଂସିତ ହୋଇ ଆସୁଛି । ଚଳିତ ବର୍ଷ ସମିତିର ନିଜସ୍ବ ପରିକଳିତ ଇମ୍ପେରିଆଲ ପ୍ୟାଲେସ୍ ନିର୍ମାଣ କରାଯାଉଛି । ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ୱପନ ମାନାଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ ମାସ ଧରି ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି । ତୋରଣର ଉଚ୍ଚତା ୮୫ଫୁଟ୍ ଓ ଚଉଡ଼ା ୧୫୦ ଫୁଟ୍ ରହିଛି ।

ଓଡ଼ିଶାର ପ୍ରତିଷ୍ଠିତ ମୂର୍ତି କାରିଗର ମାନସ ରଞ୍ଜନ ବେହେରାଙ୍କ ଦ୍ୱାରା ‘ମା\' ଦୁର୍ଗାଙ୍କ ମୁଣ୍ମୟୀ ମୂର୍ତି ୧୨ ଫୁଟ ଉଚ୍ଚତାର ହୋଇଥିବା ବେଳେ କଟକର ପ୍ରଖ୍ୟାତ କାରିଗର ଭଗବାନ ବେହେରାଙ୍କ ଦ୍ବାରା ୨୦ ଫୁଟ ଉଚ୍ଚତାର ବୁଲେନ ଓ ସୁନେଲି ମେଢ ତିଆରି କରାଯାଇଛି । ଚଳିତ ବର୍ଷ ‘ମା ଦୁର୍ଗାଙ୍କ ରୂପା ମୁକୁଟ ସହ ପାର୍ଶ୍ଵଦେବତା ମାନେ ଭକ୍ତ ମାନଙ୍କୁ ରୂପା ଅଳଙ୍କାରରେ ଦର୍ଶନ ଦେବେ । ସେହିପରି  ଦଶମୀ ତିଥ୍ ସଂନ୍ଧ୍ୟା ୭ଟା ରେ ସମିତି ତରଫରୁ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସ ବାଜି କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଗତବର୍ଷ ଭଳି ଝାରପଡ଼ା ଗ୍ରାମସ୍ତ ଦୋଳମେଳଣ ପଡ଼ିଆରେ ରାବଣ ପୋଡ଼ି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବା ନେଇ  ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BJP
now
ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ବିଜେପି ସରକାରର ଫୋକସରେ ଏବେ କୋରାପୁଟ ଜିଲ୍ଲା। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା । କୋରପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର
ଆଇପିଏଲ୍‌
13m ago
ବିସିସିଆଇର ବଡ଼ ଘୋଷଣା,ଆଇପିଏଲ୍‌ରେ ମ୍ୟାଚ୍‌ ଫି ୭.୫ ଲକ୍ଷ,ଫ୍ରାଞ୍ଜାଇଜ୍‌ ବଜାୟ ରଖିବେ ୫ ଖେଳାଳି
ଅର୍ଗସ ବ୍ୟୁରୋ:ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ବିସିସିଆଇର ଐତିହାସିକ ନିଷ୍ପତ୍ତି ,କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କ
ROADS
13m ago
୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭ