ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା
by Argus News
Sun, Sep 29 | 2:53 p.m.

ଅର୍ଗସ ବ୍ୟୁରୋ:  ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା। ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ଦୀର୍ଘମିଆଦୀ ପ୍ରେସ ରିଲିଜ  ରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିଦିଷ୍ଟ ନିୟାମକ ସକ୍ରିୟ ନଥିବା  ବେଳେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ ଯାଏ ବଡ ବର୍ଷା ନାହିଁ। କିଛି କିଛି ସ୍ଥାନରେ  ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା  ଜାରି ରହିବ। ପରେ ୪ ତାରିଖ  ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ  କରିଛି  ପାଣିପାଗ ବିଭାଗ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୯୦.୮ ମିମି  ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୫  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୧୪୪.୩  ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସେପଟେ ଗତ ୨୪ ଘଂଟାରେ କାଁଭାଁ ସ୍ଥାନରେ  ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗଂଜାମ ଶେରଗଡ଼ ରେ ସର୍ବାଧିକ ୪୧. ୦୦ ମିମି ବର୍ଷା ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ROADS
now
୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭ
BJD
6m ago
ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା
ଅର୍ଗସ ବ୍ୟୁରୋ: ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ତୁମ୍ବlଗୁଡାଠାରୁ ବଡ଼ିଗେଟl ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା । ଏହ
ପେପାୟ
29m ago
ଓଜନ ହ୍ରାସ କରିବାରେ ସହାୟକ ହୁଏ ପେପାୟ
ଅର୍ଗସ ବ୍ୟୁରୋ: ପପାୟା ହେଉଛି ଏକ ଫଳ ଯାହା ପୁଷ୍ଟିର ଭଣ୍ଡାର ଅଟେ । ଏହି ଫଳ ବର୍ଷସାରା ମିଳିଥାଏ । ଏହାକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ