ନୂଆପଡ଼ାରେ ସ୍କୁଲ ଉପକରଣ ଯୋଗାଣରେ ବଡ଼ ଦୁର୍ନୀତି
by Argus News
Sun, Sep 29 | 1:33 p.m.

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାର ବିଭିନ୍ ସରକାରୀ ବିଦ୍ୟାଳୟକୁ ମିଳିଛି ଟେବୁଲ୍, ବହି ର୍ୟାକ୍, ପଙ୍ଖା ଓ ଦରି ଭଳି ବହୁ ଉପକରଣ। କେନ୍ଦ୍ର ସରକାରଙ୍କ FLN ଯୋଜନାରେ ଏହି ଉପକରଣ ଜିଲ୍ଲାର ସମସ୍ତ ସ୍କୁଲକୁ ଯୋଗାଇବା ପାଇଁ ମଞ୍ଜୁର ହୋଇଥିଲା ସାଢେ ୪ କୋଟି ଟଙ୍କା। ହେଲେ ନିମ୍ନ ମାନର ଉପକରଣ ଯୋଗାଇ କୋଟି କୋଟି ଟଙ୍କା ହଡପ  କରାଯାଇଥିବା ନେଇ ହୋଇଛି ଅଭିଯୋଗ।  ନୂଆପଡ଼ା ଜିଲ୍ଲାର ବିଭିନ୍ ସରକାରୀ ବିଦ୍ୟାଳୟକୁ ମିଳିଛି ଟେବୁଲ୍, ବହି ର୍ୟାକ୍, ପଙ୍ଖା ଓ ଦରି ଭଳି ବହୁ ଉପକରଣ। କେନ୍ଦ୍ର ସରକାରଙ୍କ FLN ଯୋଜନାରେ ଏହି ଉପକରଣ ଜିଲ୍ଲାର ସମସ୍ତ ସ୍କୁଲକୁ ଯୋଗାଇବା ପାଇଁ ମଞ୍ଜୁର ହୋଇଥିଲା ସାଢେ ୪ କୋଟି ଟଙ୍କା। ହେଲେ ନିମ୍ନ ମାନର ଉପକରଣ ଯୋଗାଇ କୋଟି କୋଟି ଟଙ୍କା ହଡପ  କରାଯାଇଥିବା ନେଇ ହୋଇଛି ଅଭିଯୋଗ। ଉପକରଣ ଯୋଗାଇବା ଦାୟିତ୍ବରେ ଥିବା ଇଞ୍ଜିନିୟର ବାସୁଦେବ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ହେଲେ ଜିଲ୍ଲା ପ୍ରଶାସନର ଏନେଇ ଉଦାସୀନତ କ୍ଷୁବ୍ଧ କରିଛି ସାମାଜିକ କର୍ମୀଙ୍କୁ। ଅଭିଯୋଗର ତଦନ୍ତ ସହ ଯନ୍ତ୍ରୀ ବାସୁଦେବ ପଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଗରିବ ସେନା ଓ ଆଦିବାସୀ କଲ୍ୟାଣ ମହାସଂଘ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାସୁଦେବ ପଣ୍ଡା ନିଜେ ଯନ୍ତ୍ରୀ, ତାଙ୍କ ଆକାଉଣ୍ଟକୁ ଯାଉଛି ଅର୍ଥ, ତଦାରଖ ଦାୟିତ୍ବ ବି ତାଙ୍କର। ଶିକ୍ଷା ବିଭାଗରେ ଏଭଳି ବିଚିତ୍ର ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶାସନ ଜାଣିଶୁଣି ବାସୁଦେବଙ୍କୁ ଘଣ୍ଟ ଘୋଡ଼ାଉଥିବା ହୋଇଛି ଅଭିଯୋଗ। ତେବେ ଜିଲ୍ଲାପାଳ କହିଛନ୍ତି ଏକ କମିଟି ଗଠନ କରାଯାଇ ଅଭିଯୋଗ କରାଯିବ ତଦନ୍ତ।  ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ସହ ଶିକ୍ଷା ଭିତ୍ତିଭୂମିକୁ ମଜଭୁତ କରିବାକୁ କେନ୍ଦ୍ର ସରକାର କରିଛନ୍ତି FLN ଯୋଜନା। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଯୋଗୁଁ ଅର୍ଥ ହେଉଛି ବାଟମାରଣା। ଏବେ ଅପେକ୍ଷା ଜିଲ୍ଲାପାଳଙ୍କ ଦ୍ବାରା ଗଠିତ କମିଟି କଣ ଦେଉଛି ରିପୋର୍ଟ ଆଉ ଜିଲ୍ଲାପାଳ କଣ ନେବେ କାର୍ଯ୍ୟାନୁଷ୍ଠାନ ?  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବହୁ ଚର୍ଚ୍ଚିତ
33m ago
ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣ
DURGA PUJA
43m ago
ଝାରପଡା ଦୁର୍ଗାପୂଜା: ଚଳିତବର୍ଷ ୧୪ ବର୍ଷରେ ପହଞ୍ଚିଲା
ଅର୍ଗସ ବ୍ୟୁରୋ: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାର
LOW PRESSURE
ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା