ମନ୍ କି ବାତ୍  କାର୍ଯ୍ୟକ୍ରମରେ  ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା  କଲେ ମୋଦି 
by Argus News
Sun, Sep 29 | 1:24 p.m.

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ । ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ବ୍ୟବହାରର ବାଟ ଦେଖାଇଛନ୍ତି  ରାମଜିତ୍  । ସେ `ଓଲିଚିକି'କୁ ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ବାହାର କରିଛନ୍ତି ।

ସେହିପରି ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି । କହିଛନ୍ତି, ସ୍ବଚ୍ଛତା ଦିନକର କାମ ନୁହଁ । ଏହା ବର୍ଷ ବର୍ଷ ଧରି ନିରନ୍ତର ପ୍ରକ୍ରିୟା । ଦୈନନ୍ଦିନ ଅଭ୍ୟାସରେ ସ୍ବଚ୍ଛତା ନ ଆସିବା ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି । ସ୍ବଚ୍ଛତା ଏବେ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି ବୋଲି କହିଛନ୍ତି ମୋଦି ।

ଅଧିକ ପଢନ୍ତୁ ଭାରତ ଖବର 

ପ୍ରଧାନମନ୍ତ୍ରୀ
12m ago
`ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ ପ୍ରଶଂସା
ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ
ନୂଆ ସରକାର
28m ago
ନୂଆ ସରକାର, ଶାସନର ମଡେଲ୍ ବି ନୂଆ
ଅର୍ଗସ ବ୍ୟରୋ: ବିଜେପି ସରକାରଙ୍କ ନୂଆ ମଡେଲ୍। ଅନ୍ ଦି ସ୍ପଟ୍ ସମସ୍ୟାର ସମାଧାନ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ମିଶୁନଥିଲେ। ହେଲେ ବିଜେପି ସରକାରର
SUBHADRA
43m ago
ଦଶହରାରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା
ଅର୍ଗସ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା