କେନ୍ଦ୍ର ସରକାରଙ୍କ ଫୋକସରେ ଲଗାତାର ଓଡ଼ିଶା
by Argus News
Thu, Dec 19 | 7:39 p.m.

ଅର୍ଗସ ବ୍ୟୁରୋ:  ଡିସେମ୍ବର ୨୮ ରୁ ୩୦ ମଧ୍ୟରୁ ଯେ କୌଣସି ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି। ତେବେ ଭୁବନେଶ୍ବରରେ ବିଜେପି ବିଧାୟକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶାହ ଯୋଗ ଦେବାନେଇ ମିଳିଛି ସୂଚନା। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଏହି ଗସ୍ତବେଳେ ସମ୍ବଲପୁର ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି। ଏହି ଗସ୍ତ ଅବସରରେ ସେ କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କିମ୍ବା ଶିଳାନ୍ୟାସ କରିପାରନ୍ତି।

ଡିସେମ୍ବରରେ ଶାହଙ୍କ ଗସ୍ତ ପରେ ପରେ ୨୦୨୫ ଜାନୁଆରୀ ମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହାପରେ ପୁଣିଥରେ ସେହି ଜାନୁଆରୀ ଶେଷ ଆଡୁକୁ ଓଡ଼ିଶା ଆସିବେ ମୋଦି। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।

ଗତ ନଭେମ୍ବର ୨୯ରୁ ଡିସେମ୍ବର ପହିଲା ଯାଏ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଯୋଜିତ ଡିଜି ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ଆଉ ଭୁବନେଶ୍ବରରେ ୩ ଦିନ ଅବସ୍ଥାନ କରିଥିଲେ ଦୁଇ ନେତା। କୌଣସି ପ୍ରଧାନମନ୍ତ୍ରୀର ଓଡ଼ିଶାରେ ଲଗାତାର ୩ ଦିନ ରହଣୀର ଏହା ଥିଲା ପ୍ରଥମ ଅବସର। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠୁ ମୋଦିଙ୍କ ଫୋକସରେ ରହି ଆସିଛି ଓଡ଼ିଶା ସମେତ ପୂର୍ବ ଭାରତ। ଆଉ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରଠୁ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଉପରେ ଫୋକସ ଆହୁରି ବଢିଯାଇଛି। ୨୦୨୪ ନିର୍ବାଚନ ସରିବା ପରଠୁ ୩ ଥର ଓଡ଼ିଶା ଆସିସାରିଲେଣି ମୋଦି। ପ୍ରଧାନମନ୍ତ୍ରୀ ଓ ଗୃହମନନ୍ତ୍ରୀଙ୍କ ଲଗାତାର ଓଡ଼ିଶା ଗସ୍ତ ରାଜ୍ୟରେ ବିକାଶର ଧାରାକୁ ଆହୁରି ତ୍ବରାନ୍ବିତ କରିବା ଆଶା କରାଯାଉଛି।

ADANI
12m ago
ଆଦାନୀ ଗ୍ରୁପ ପକ୍ଷରୁ ରିନ୍ୟୁବଲ୍ ଏନର୍ଜିକୁ ପ୍ରୋତ୍ସାହନ, ନୂଆ ଆଡ୍ କ୍ୟାମ୍ପେନ୍ ଲଞ୍ଚ କରିଛି କମ୍ପାନୀ
ଅର୍ଗସ ବ୍ୟୁରୋ: ପ୍ରଥମେ ପଙ୍ଖା ଆସିବ , ତା ପରେ ଯାଇ ଆସିବ ବିଜୁଳି । ଆଶ୍ଚର୍ଯ୍ୟ ହୁଅନ୍ତୁନି । ରିନ୍ୟୁବଲ ଏନର୍ଜିକୁ ନେଇ ଆଦାନୀ ଗ୍ରୁପର ଏହି କ୍ଯାମ୍ପେନ ଲଞ୍
CANCER
31m ago
ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ବଜାରକୁ ଆସିବ କ୍ୟାନସର ସଂଜୀବନୀ । କର୍କଟ ରୋଗ ବିରୋଧରେ ଲଢ଼େଇରେ ସମଗ୍ର ବିଶ୍ବ ପାଇଁ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । କର୍କଟ ରୋଗ ଟିକା ବିକଶି
MP
36m ago
ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ
ଅର୍ଗସ ବ୍ୟୁରୋ: ବିଜୁଳି ଚୋରି କରି ଧରାପଡ଼ିଲେ ସପା ସାଂସଦ । ସମ୍ଭଲର ସମାଜବାଦୀ ପାର୍ଟି ସାଂସଦଙ୍କ ଘରୁ କଟିଲା ବିଜୁଳି ସଂଯୋଗ । ସାଂସଦ ଜିୟାଉର ରହମାନ ୱର୍କ ବେଆଇନ ଭାବ
ମଧୁମେହ
40m ago
ମଧୁମେହ ରୋଗୀମାନେ ମେଥି ଖାଇଲେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ARRESTED
52m ago
୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ
ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮ ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍