ଭୁବନେଶ୍ୱର: ନାଁ ନନେଇ ନବୀନ ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଁକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଓଡିଶାବାସୀ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉଛନ୍ତି ବୋଲି କହିଛନ୍ତି ପିଏମ୍ ।
ମିଥ୍ୟାବାଦୀ, ଲୋକଙ୍କୁ ଭ୍ରମିତ କରୁଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଲେ ମୋଦି । ଆମେ ଆମ ଲୋକତନ୍ତ୍ରକୁ ସଶକ୍ତ କରିବା, ମିଥ୍ୟାବାଦୀଙ୍କୁ ଜବାବ ଦେବା।ଦେଶକୁ ଲୁଟୁଥିବା ବ୍ୟକ୍ତିଙ୍କୁ ଲୋକେ ଏବେ ଜବାବ ଦେଇଛନ୍ତି । କ୍ଷମତାରୁ ହଟିବା ପରେ ଲୋକଙ୍କୁ ମିଛ କଥା କହି ଭ୍ରମିତ କରୁଛନ୍ତି । ଦେଶ ବିରୋଧରେ କିଛି ବ୍ୟକ୍ତି ଷଡ଼ଯନ୍ତ୍ର କରୁଛନ୍ତି।ଚୌକିଦାର ଚୋର କହୁଥିଲେ, ଏବେ ସେ କେମିତି ଭଲ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ।