ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁଲ ବ୍ୟବସ୍ଥା ବାବଦେ ଜ଼ିଲ୍ଲା ପ୍ରଶାସନିକ ଅଧିକାରୀଙ୍କର ସାଙ୍ଗେ କଥା ହେଇଛନ୍ ସୁରେଶ ପୂଜାରୀ l ରାଜ୍ୟ ସରକାରଙ୍କର ତରଫୁଁ ହେଇଥିବାର ନୂଆ ଏମଏସପି ଟଙ୍କା କେନ୍ତା ଠିକନା ହିସାବେ ଚାଷୀ ଆକାଉଣ୍ଟକେ ଯିବା ଆର୍ କଟନୀ ଛଟନୀ କେନ୍ତା ନାଇଁ ହେବା ତାର୍ ଉପରେ ଆଲୋଚନା କରିଛନ । ମିଟିଂ ଉତାରୁ ରାଜସ୍ଵ ମନ୍ତ୍ରୀ ବରେଇପାଲି ମାର୍କେଡ ୟାଡ ବୁଲି ଦେଖଛନ ।
Rmc ମାର୍କେଡ ୟାଡନେ ଧାନ ଠୁଲ ହେବାର ସାଙ୍ଗେ ପରିବା ଭିଲ୍ ରଖାଯିବାର ବ୍ୟବସ୍ଥା ରହିଛେ l ଫି ସବ ଡିଭିଜନନେ ଗୁଟେ ଗୁଟେ ବଡ଼ ବଡ଼ କୋଲଡ ଷ୍ଟୋରେଜ ବନା ହେବା ବଲି ସରକାର ନିଷ୍ପତ୍ତି ନେଇଛନ । ସମ୍ବଲପୁର ଅଞ୍ଚଲନେ ପରିବା ଚାଷ ଲାଗି ଚାଷୀଙ୍କୁ ପ୍ରତ୍ସାହନ ଦେବାର ଲାଗି ପ୍ରଶାସନକେ ନିର୍ଦ୍ଧେଶ ଦେଇଛନ୍ ସୁରେଶ l ଧାନ ଚାଷ ସାଙ୍ଗେ ବିନ ଭିନ୍ନ ପନିପରିବା, ଡାଲି ଜାତୀୟ ଶସ୍ୟ ଚାଷ କରିବାର ଲାଗି ଚାଷୀଙ୍କୁ କୁହାଯିବା l ତାଙ୍କର ଉତ୍ପାଦିତ ଶସ୍ୟ ବିକ୍ରି ଲାଗି ଠିକନା ବଜ଼ାର ବ୍ୟବସ୍ଥା କରାଯିବା l
ଅଧିକ ପଢ଼ନ୍ତୁ ଓଡିଶା ଖବର: