ମରୁଭୂମିରେ ବର୍ଷା...
by Argus News
Sun, Oct 13 | 3:14 p.m.

ଅର୍ଗସ ବ୍ୟୁରୋ:  ମରୁଭୂମିରେ ବନ୍ୟା। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫୦ ବର୍ଷ ପରେ ଏଭଳି ପରିସ୍ଥିତି ଦେଖାଦେଇଛି। କିନ୍ତୁ ମରୁଭୂମିରେ ପୁଣି ବନ୍ୟା। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମରୁଭୂମି କଥା ଭାବିଲେ ମନକୁ ଚାଲିଆସେ ବାଲିର ଉଚ୍ଚ ଗଦା। ଯୁଆଡେ ଦେଖିବ ଜଳର ଅଭାବ। ସାହାରା ମରୁଭୂମିରେ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି। ସାହାରା ମରୁଭୂମିରେ ଜଳ ପାଇବା ଏକଦା ଅସମ୍ଭବ ଥିଲା। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହା ଏବେ ଅତୀତ ହୋଇଯାଇଛି। ୫୦ ବର୍ଷ ପରେ ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଉପଗ୍ରହରୁ କିଛି ଫଟୋ ସେୟାର କରିଛି। ଏହି ଚିତ୍ରଗୁଡ଼ିକୁ ଦେଖି ସାହାରାରେ ବନ୍ୟା ପରିସ୍ଥିତି ଆକଳନ କରାଯାଇଛି। ଉଚ୍ଚ ବାଲୁକା କୂଳ ପାଣିରେ ପରିପୂର୍ଣ୍ଣ। ଏହାର କାରଣ ହେଉଛି ପ୍ରବଳ ବର୍ଷା। ୨ ଦିନର ପ୍ରବଳ ବର୍ଷା ପରେ ସାହାରା ମରୁଭୂମି ଏକ ହ୍ରଦରେ ପରିଣତ ହୋଇଛି।

ସାଧାରଣତଃ ମରୁଭୂମିରେ ଲୋକଙ୍କୁ ପାଣି ଟୋପାଏ ପାଇଁ ଅନେକ କିଲୋମିଟର ଯାତ୍ରା କରିବାକୁ ପଡେ। ତେବେ କଳ୍ପନା କରନ୍ତୁ ଦୁନିଆର ସବୁଠୁ ବଡ ମରୁଭୂମିରେ ଲୋକଙ୍କ ଅବସ୍ଥା କ’ଣ ହେଉଥିବ? ସାହାରା ମରୁଭୂମିରୁ କିଛି ଚମତ୍କାର କଲାପରି ଫଟୋ ସାମନାକୁ ଆସିଛି, ଯାହା ସମସ୍ତଙ୍କ ପାଦ ତଳେ ଭୂମି ଖସିଯାଇଛି।
ଲଗାତାର ୨ ଦିନ ଆଫ୍ରିକୀୟ ଦେଶ ମରକ୍କୋରେ ପ୍ରବଳ ବର୍ଷା ହୋଇଥିଲା। ମରକ୍କୋ ପାଣିପାଗ ବିଭାଗ କହିଛି ଯେ ରାଜଧାନୀଠାରୁ ୪୫୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ଇରିକି ହ୍ରଦର ଫଟୋ ମଧ୍ୟ ନାସାର ଉପଗ୍ରହରେ କଏଦ ହୋଇଛି। ଗତ ୫୦ ବର୍ଷ ଧରି ଶୁଖିଲା ଥିବା ଏହି ହ୍ରଦଟି ପୁଣିଥରେ ପାଣିରେ ପରିପୂର୍ଣ୍ଣ ହୋଇଛି।

ସାହାରା ମରୁଭୂମି ପାଶ୍ଚାତ୍ୟ, ଉତ୍ତର ଏବଂ ମଧ୍ୟ ଆଫ୍ରିକାର ଅନେକ ଦେଶ ପର୍ଯ୍ୟନ୍ତ ବ୍ୟାପିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱ ତାପମାତ୍ରା ହେତୁ ଅନେକ ସ୍ଥାନରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଘଟଣାକ୍ରମ ଦେଖିବାକୁ ମିଳେ। ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ମଧ୍ୟ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଯଦିଓ ସାହାରା ମରୁଭୂମି ସମ୍ବାଦରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ 2022 ମସିହାରେ ସାହାରା ମରୁଭୂମିରେ ତୁଷାରପାତ ଦେଖାଯାଇଥିଲା ଯାହା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା।

ଗତ ୩୦-୫୦ ବର୍ଷ ମଧ୍ୟରେ ମରକ୍କୋରେ ଏପରି ବର୍ଷା କେବେ ହୋଇନାହିଁ। ପାଣିପାଗ ବିଭାଗ ଏହି ବର୍ଷାକୁ ଏକ ସ୍ଥାନୀୟ ଝଡ଼ ବା ଏକ୍ସଟ୍ରା ଟେରିଟୋରିଆଲ ଷ୍ଟର୍ମ ବୋଲି କହିଛି, ଯାହାର ପ୍ରଭାବ ବହୁ ବର୍ଷ ପର୍ଯ୍ୟନ୍ତ ଦେଖାଯିବ। ପ୍ରକାଶଥାଉକି ମରକ୍କୋ ଗତ ବର୍ଷ ଠାରୁ ପ୍ରାକୃତିକ ବିପର୍ଯ୍ୟୟ ସହ ସଂଘର୍ଷ କରିଆସୁଛି। ଗତ ବର୍ଷ ଭୂକମ୍ପ ପରେ ଚଳିତ ବର୍ଷ ମରକ୍କୋରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୧୮ ଜଣଙ୍କର ମୃତ୍ୟୁ ଖବର ଆସିଛି। ବର୍ତ୍ତମାନ ସାହାରା ମରୁଭୂମି ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

DGP
ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଦେଶ ସୁରକ୍ଷା ସମ୍ପର୍କିତ ସର୍ବୋଚ୍ଚ ବୈଠକ। ଯେଉଁଥିପାଇଁ ଭୁବନେଶ୍ବରରେ ଡେରାପକାଇଛନ୍ତି ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କ ସମେ
ପ୍ରଧାନମନ୍ତ୍ରୀ ନରେନ୍ଦ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ
ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀ ମିଟିଂରେ ଉପସ୍ଥିତ ରହିଛନ୍ତି । ଦଳୀ
ମୁଖ୍ୟମନ୍ତ୍ରୀ
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏବେବେ ଲାଗି ରହିଛି ସସପେନ୍ସ । ଘନ ଘନ ବୈଠକ ସତ୍ତ୍ବେ ବାହାରି ପାରୁନି ନିଷ୍କର୍ଷ । ଆସନ୍ତା ରବିବାର ବୈଠକର
ସଭା
ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା
ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କ ଭୂଇଁରେ ଜଗନ୍ନାଥଙ୍କ ପୁତ୍ର । ପାଞ୍ଚ ମାସ ଭିତରେ ତୃତୀୟ ଗସ୍ତ। ନେତାଙ୍କଠାରୁ ଜନତା ସମସ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ। ଜନନାୟକଙ୍କୁ ଭବ୍ୟ ସ୍ବାଗ
କୃତଜ୍ଞ
ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କୃତଜ୍ଞ
ଅର୍ଗସ ବ୍ୟୁରୋ: ମୋଦିଙ୍କ ମୁହଁରେ ଓଡ଼ିଶାର ଜୟଜୟକାର। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ବରରେ ବିଶାଳ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜେପି ପକ୍ଷର