ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ "ସୁଭଦ୍ରା ଟଙ୍କା"
by Argus News
Sun, Sep 29 | 11:37 a.m.

ଅର୍ଗସ ବ୍ୟୁରୋ : ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

ଜବରଦଖଲ ଅଭିଯୋଗ
5m ago
ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ
ମାଲକାନଗିରି: ବିଜେଡି ଶାସନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଂଘାତିକ କେଳେଙ୍କାରୀ । ମାଲକାନଗିରି ମୋଟୁରେ ପ୍ରାୟ 100 ଏକର ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇ
ଶ୍ରୀମନ୍ଦିର
10m ago
ଶ୍ରୀମନ୍ଦିର ମୁଖଶାଳାକୁ ଫେରିବ କି ଦଶାବତାର ମୂର୍ତ୍ତି ?
ପୁରୀ: ସମାଧାନ ହେଇପାରୁନି ଶ୍ରୀମନ୍ଦିର ସିଂହଦ୍ବାରର ଦଶାବତାର ମୂର୍ତ୍ତି ବିବାଦ । ସିଂହଦ୍ବାର ଗୁମୁଟରେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାପିତ ହେବ ନା ଜଗନ୍ନାଥଙ୍କର ସେ ନେଇ ରହିଛ
ଦୁର୍ନୀତି
15m ago
ନୂଆପଡ଼ାରେ ସ୍କୁଲ ଉପକରଣ ଯୋଗାଣରେ ବଡ଼ ଦୁର୍ନୀତି
ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ ସରକାରୀ ବିଦ୍ୟାଳୟକୁ ମିଳିଛି ଟେବୁଲ୍, ବହି ର୍ୟାକ୍, ପଙ୍ଖା ଓ ଦରି ଭଳି ବହୁ ଉପକରଣ। କେନ୍ଦ୍ର ସରକାରଙ୍କ FLN ଯୋଜନାରେ ଏହି ଉପକରଣ ଜିଲ୍ଲା