ରୂପା ଇଟା ସହ ନଗଦ ୫ ଲକ୍ଷ ୪୨ ହଜାର ୬୦୦ ଟଙ୍କା ଜବତ
by Argus News
Fri, Nov 29 | 3:17 p.m.

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ଜବତ କରିଛି ରୂପା ଓ ଟଙ୍କା । ଗତକାଲି ରାତିରେ ଖଲ୍ଲିକୋଟ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଗାଡି  ଯାଞ୍ଚ କରୁଥିବା ବେଳେ ସନ୍ଦେହରେ ଗୋଟିଏ କାରକୁ ଅଟକ ରଖି ଚେକିଂ କରିଥିଲା। ଚେକିଂ ବେଳେ ମିଳିଥିଲା ବିପୁଳ ପରିମାଣର ରୂପା ଇଟା ଓ ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ୭୩ ଗୋଟି ରୂପା ମିଳିଥିଲା ,ଯାହାର ଓଜନ ୮୮ କିଲୋଗ୍ରାମ ଏବଂ ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ, ଏଥି ସହିତ ନଗଦ ୫ ଲକ୍ଷ ୪୨ ହଜାର ୬୦୦ ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ରୂପା ଇଟା ଓ ଟଙ୍କାକୁ ଜି ଏସ ଟି ଗୁଇନ୍ଦା ବିଭାଗକୁ ଖଲ୍ଲିକୋଟ ପୋଲିସ ହସ୍ତାନ୍ତର କରିଛି । ସେମାନେ ବ୍ୟବହାର କରୁଥିବା ମାରୂତି ସୁଜୁକି ଡିଜାୟର କାରକୁ ମଧ୍ୟ ଜବତ କରାଯାଇଛି । ଦୁଇ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ଏହି ଜବତ ରୂପା ଇଟା ବ୍ରହ୍ମପୁରରୁ କଲିକତା ଯାଉଥିବା ଜଣାପଡିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ
39m ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ
ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀ ମିଟିଂରେ ଉପସ୍ଥିତ ରହିଛନ୍ତି । ଦଳୀ
ମୁଖ୍ୟମନ୍ତ୍ରୀ
48m ago
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏବେବେ ଲାଗି ରହିଛି ସସପେନ୍ସ । ଘନ ଘନ ବୈଠକ ସତ୍ତ୍ବେ ବାହାରି ପାରୁନି ନିଷ୍କର୍ଷ । ଆସନ୍ତା ରବିବାର ବୈଠକର
ସଭା
57m ago
ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା
ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କ ଭୂଇଁରେ ଜଗନ୍ନାଥଙ୍କ ପୁତ୍ର । ପାଞ୍ଚ ମାସ ଭିତରେ ତୃତୀୟ ଗସ୍ତ। ନେତାଙ୍କଠାରୁ ଜନତା ସମସ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ। ଜନନାୟକଙ୍କୁ ଭବ୍ୟ ସ୍ବାଗ
କୃତଜ୍ଞ
ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କୃତଜ୍ଞ
ଅର୍ଗସ ବ୍ୟୁରୋ: ମୋଦିଙ୍କ ମୁହଁରେ ଓଡ଼ିଶାର ଜୟଜୟକାର। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ବରରେ ବିଶାଳ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜେପି ପକ୍ଷର
ମହୋତ୍ସବ
ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪ରେ କଳା, ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି
ଅର୍ଗସ ବ୍ୟୁରୋ: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ବାର୍ଷିକ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪କୁ ଆୟଜନ କରିଛି । ଯାହା ସ୍ଥାନୀ