ଅର୍ଗସ ବ୍ୟୁରୋ : ପୁନଃପ୍ରତିଷ୍ଠା ହେଲା ମା' କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ପ୍ରତିମା । ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ପ୍ରତିମା ପ୍ରତିଷ୍ଠା ଚାଲିଛି । ଏହା ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରୁ ଯାଜପୁର ବଡ଼ଚଣା ଥାନାରେ ମାଆଙ୍କ ପ୍ରତିମୂର୍ତ୍ତି ପହଞ୍ଚିବା ପରେ ଶଙ୍ଖ, ହୁଳହୁଳିରେ ମାଆଙ୍କ ସ୍ବାଗତ କରାଯାଇଥିଲା । ଭାବବିହ୍ବଳ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ ।
ଅଧିକ ପଢନ୍ତୁ : ମା' କୋଟ୍ରାକ୍ଷୀଙ୍କ ପ୍ରତିମା ଦେଖି ଭାବବିହ୍ୱଳ ଲୋକେ
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଶାସନକୁ ମୂର୍ତ୍ତି ହସ୍ତାନ୍ତର କରିଥିଲା କଷ୍ଟମ ବିଭାଗ । ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଦୁର୍ଲ୍ଳଭ ପ୍ରତିମା ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା' କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର ।
ମାଆଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର ୭ ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ ।