ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା
by Argus News
Sun, Sep 29 | 5:46 p.m.

ଅର୍ଗସ ବ୍ୟୁରୋ:  ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ତୁମ୍ବlଗୁଡାଠାରୁ ବଡ଼ିଗେଟl ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା । ଏହି ପଞ୍ଚାୟତକୁ ଭଲ ରାସ୍ତାଟିଏ ନାହିଁ କି ପଞ୍ଚାୟତରୁ ଗାଁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନକହିଲେ ଭଲ । ଖରାଦିନେ ଯଥା କଥା ଚଳୁଥିବା ବେଳେ ବର୍ଷାଦିନରେ ପାଣି କାଦୁଅରେ ପଚପଚ ହୋଇ ଲୋକ ଯାତାୟାତ କରନ୍ତି। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କଠାରୁ ସାଧାରଣ ଲୋକ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀକୁ ଆଣିବା ପାଇଁ ଆମ୍ବୁଲାନ୍ସଟି ଯିବା ମଧ୍ୟ କାଠିକର ପାଠ । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହେଲାନାହିଁ। ନୂତନ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ବଡିଗେଟl ପଞ୍ଚାୟତରେ 11 ଖଣ୍ଡ ଗାଁ ରହିଥିବା ବେଳେ ଲୋକ ସଂଖ୍ୟା 3 ହଜାରରୁ ଅଧିକ ହେବ । ହେଲେ ପଞ୍ଚାୟତରୁ ପ୍ରତ୍ୟେକ ଗାଁକୁ ଭଲ ରାସ୍ତା ନିର୍ମାଣ ହୋଇ ପାରିନାହିଁ l ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ 2018-19 ଆର୍ଥିକ ବର୍ଷରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଥିଲା । ହେଲେ ଯନ୍ତ୍ରୀ ଓ ଠିକାଦାର ମିଲତଭଗତରେ ନିମ୍ନମାନର କାମ କରି ଟଙ୍କା ଲୁଟି ନେଲେ । ଦୁର୍ଗମବାସୀ ଯେଉଁ ଅସୁବିଧା ଭୋଗୁଥିଲେ, ସେହି ଅସୁବିଧା ଆଜି ବି ରହିଛି । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବିକାଶ ପାଇଁ 24 ବର୍ଷର ସ୍ଥିର ସରକାର ଫେଲ ମାରିଥିବା ବେଳେ ନୂଆ ସରକାର ଉପରେ ଆସ୍ଥା ରଖିଛନ୍ତି ବଡିଗେଟlବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ମୂଳଦୁଆ
now
କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ
କଟକ: ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମ
ପ୍ରଧାନମନ୍ତ୍ରୀ
15m ago
`ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ପୁଅଙ୍କ ପ୍ରଶଂସା
ଅର୍ଗସ ବ୍ୟରୋ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜିଟାଲ
ନୂଆ ସରକାର
31m ago
ନୂଆ ସରକାର, ଶାସନର ମଡେଲ୍ ବି ନୂଆ
ଅର୍ଗସ ବ୍ୟରୋ: ବିଜେପି ସରକାରଙ୍କ ନୂଆ ମଡେଲ୍। ଅନ୍ ଦି ସ୍ପଟ୍ ସମସ୍ୟାର ସମାଧାନ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ମିଶୁନଥିଲେ। ହେଲେ ବିଜେପି ସରକାରର