ଦଶହରାରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା
by Argus News
Sun, Sep 29 | 7:01 p.m.

ଅର୍ଗସ ବ୍ୟୁରୋ:  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାରିପଦାରେ ହେବା ଭବ୍ୟ ଆୟୋଜନ । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ । ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତି ଆବେଦନ କରିଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ।  ଏବେ ଯାଏଁ ଆବେଦନ କଲେଣି ୯୭ ଲକ୍ଷ ମହିଳା । ସୁଭଦ୍ରା ଯୋଜନାରେ ସାମିଲ ହେବେ କୋଟିଏରୁ ଉର୍ଦ୍ଧ ହିତାଧିକାରୀ ।

ସମସ୍ତେ ଆବେଦନ କରନ୍ତୁ, ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶୃତିବଦ୍ଧ । ବାରିପଦାରେ ଯୋଜନାର ପ୍ରଥମ ହିତାଧିକାରୀ ଏବଂ ୧ କୋଟି ତମ ହିତାଧିକାରୀଙ୍କୁ ସମ୍ମାନିତ କରାଯିବ । ସୁଭଦ୍ରା ଯୋଜନା ଚାରି 'ସ' ପୂରଣ ପାଇଁ କାମ କରୁଛି । ସୁଭଦ୍ରାର ଅର୍ଥ ମହିଳାଙ୍କ ସଶକ୍ତିକରଣ, ସମ୍ମାନ, ସ୍ୱାଭିମାନ ଏବଂ ସମୃଦ୍ଧି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ଲାଗି ସମସ୍ତ ମହିଳା ଆବେଦନ କରନ୍ତୁ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଅଯଥା ଭିଡ଼ କରନ୍ତୁ ନାହିଁ, ନିଜ ସୁବିଧା ରେ ଆବେଦନ କରନ୍ତୁ । ମାର୍ଚ୍ଚ ୮ ପୂର୍ବରୁ କୋଟିଏରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ।

ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥ ମିଳିବା ଘୋଷଣାକୁ ନେଇ ଗାଁ ଗାଁରେ ମହିଳାଙ୍କ ମଧ୍ୟରେ ଦେଖିବାକୁ ଉତ୍ସାହ । ସହାୟତା ରାଶି ଦଶହରାରେ ମିଳିବ ଜାଣି ଯୋଜନାରେ ଆବେଦନ କରି ଅପେକ୍ଷା କରିଥିବା ମହିଳା ମାନଙ୍କ ଖୁସି ଦୁଇ ଗୁଣିତ ହୋଇଛି । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପଶ୍ଚିମବଙ୍ଗରେ
2m ago
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
8m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ
ହୃଦସ୍ପନ୍ଦନ
13m ago
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?
ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି