ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ
by Argus News
Sun, Sep 29 | 3:20 p.m.

ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣୀ ଜଣେ ମହିଳା କାମ କରୁଥିବା ବେଳେ BJD ର କୁଜି ନେତା କିଭଳି ତାକୁ ବ୍ୟବହାର କରି ହତ୍ୟା କରିଥିଲେ  ତାହା କଣ ମା କୁ ସମାନ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସ୍ବାମୀ ଆଉ ଥରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଆମ ସରକାର ତଦନ୍ତ କରିବ । ଆଉ ସାମିଲ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ସଦସ୍ୟତା ଅଭିଯାନରେ BJD କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଗ୍ରେସରେ ମା ପରେ ବେଟା ଆଉ BJD ରେ ବାପା ପରେ ପୁଅ। ପରଦା ପଛରେ ରହି ଶାସନ ଚଳାଇବେ। CMO ର ଜଣେ ଅଧିକାରୀ ଲୋକଙ୍କ ଦରଖାସ୍ତ ନେଇ କହନ୍ତି ମୁଁ ଲୋକଙ୍କର ସମସ୍ୟା ସମାଧାନ କରିବି। ୨୪ ବର୍ଷର କାଳଖଣ୍ଡ ଲୋକଙ୍କୁ କଷ୍ଟ ଦେଇଥିଲେ। 

ଯାଜପୁର ଜଣେ ନେତା କାଳେ ସରକାରଙ୍କୁ ଚଳାଇଥିଲେ। ନିଜର ପତିଆର ଜାହିର କରିବା ପାଈଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରିତ ଦାସ କହୁଥିଲେ। ଯାଜପୁରର ୩ ଟି ପାରିବାର ଯାଜପୁର କୁ ଲୁଟିଛନ୍ତି। ବିକାଶ ନାରେ BJD ଲୁଟିଛି ଆଉ ବିନାଶ କରିଛି। ଗାଁକୁ କାମ ଓ ମା କୁ ସମ୍ମାନ ନାଆଁରେ କଣ କରୁଛନ୍ତି ଲୋକ ଦେଖିଛନ୍ତି। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ କଣ ୨୪ ବର୍ଷ ଲାଗିଲା। ଏବେ ବି କହୁଛନ୍ତି ଆମେ ସ୍ବପ୍ନ ପୂରଣ କରିବୁ। ଖଣି ଖାଦାନ ଯାଜପୁର ଥିବା ସତ୍ବେ କଣ ଅବସ୍ଥା ତାହା ଲୋକ ଦେଖୁଛନ୍ତି। ରାଜ୍ୟର ନେତୃତ୍ୱ ନେଉଥିବା କଣ କରିଛନ୍ତି ତାହା ସମସ୍ତେ ଦେଖୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

BJP
now
ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ବିଜେପି ସରକାରର ଫୋକସରେ ଏବେ କୋରାପୁଟ ଜିଲ୍ଲା। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା । କୋରପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର
ଆଇପିଏଲ୍‌
13m ago
ବିସିସିଆଇର ବଡ଼ ଘୋଷଣା,ଆଇପିଏଲ୍‌ରେ ମ୍ୟାଚ୍‌ ଫି ୭.୫ ଲକ୍ଷ,ଫ୍ରାଞ୍ଜାଇଜ୍‌ ବଜାୟ ରଖିବେ ୫ ଖେଳାଳି
ଅର୍ଗସ ବ୍ୟୁରୋ:ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ବିସିସିଆଇର ଐତିହାସିକ ନିଷ୍ପତ୍ତି ,କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କ
ROADS
13m ago
୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭ