ବାଇକ ଉପରେ ଚଢିଗଲା ଟ୍ରାକ୍ଟର, ୨ ମୃତ
by Argus News
Sun, Sep 29 | 8:15 p.m.

ଅର୍ଗସ ବ୍ୟୁରୋ: ବାଇକ ମୁହାଁମୁହିଁ ଧକ୍କା। ଶେଷରେ ବାଇକ ଉପରେ ଚଢିଗଲା ଟ୍ରାକ୍ଟର। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ। ଏଭଳି ଘଟଣା ଘଟିଛି ଉଦଳା ଥାନା କୁଟଲିଂ ରାଇସ ମିଲ ଛକରେ। କୁଟଲିଂ ଗ୍ରାମ ଭିତରୁ ଏକ ଟ୍ରାକ୍ଟର ଇଟା ବୋଝେଇ କରି ବହୁବନ୍ଧ ଗ୍ରାମ ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ବାଇକରେ ଦୁଇ ଜଣ ଯୁବକ ନିଜ ଗ୍ରାମ କୁଟଲିଂକୁ ଫେରୁଥିଲେ। ହେଲେ ରାଇସ ମିଲ ଛକ ନିକଟରେ ବାଇକକୁ ଅତି ବେପରୁଆ ଭାବେ ଦ୍ରୂତଗତିରେ ଯାଇ ମୁହାଁମୁହିଁ ଧକ୍କା ଦେଇଥିଲା ଟ୍ରାକ୍ଟର। 

ଧକ୍କା ଦେବା ପରେ ଉକ୍ତ ବାଇକ ଉପରେ ଚଢି ଯାଇଥିଲା ଟ୍ରାକ୍ଟର। ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଟ୍ରାକ୍ଟର ଟି ରାସ୍ତା ପାର୍ଶ୍ଵ କୁ ଓଲଟି ପଡିଥିଲା। ମୃତକ ଦୁଇ ଜଣ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ସମେତ ଟ୍ରାକ୍ଟରରେ ଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ଟ୍ରାକ୍ଟର ହେଲ୍ପରକୁ ଗ୍ରାମବାସୀ ଅଟକ ରଖିଛନ୍ତି। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ମୃତଦେହ ଜବତ କରିଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ