ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
by Argus News
Sun, Sep 29 | 9:58 p.m.

ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍‌.ଏନ୍‌. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।

ଭି. ସେନ୍ଥିଲ ବାଲାଜୀ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍‌ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍‌ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍‌. ରାଜେନ୍ଦ୍ରନ୍‌ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍‌.ଏମ୍‌. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍‌ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ। ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ