କୁଇନ୍, ବିଜୟିନୀ, ବସ୍ ପରେ ବର୍ଷା ସାଜିବେ ୱାଇଫ୍
by Argus News
Sat, Nov 23 | 5:38 p.m.

ଅର୍ଗସ ବ୍ୟୁରୋ: ସୁରକ୍ଷା-ସମ୍ମାନ-ସଂସ୍କୃତି ଆଉ ସହନଶୀଳତା । ଏଇ 4 ଫଣ୍ଡାକୁ ନେଇ ବର୍ଷା ଆସୁଛନ୍ତି ୱାଇଫ୍ ହୋଇ । ପୁଣି ଥରେ ବର୍ଷାଙ୍କ ଫିଲ୍ମର ଗୀତ ମାର୍କେଟରେ ଧୂମ୍ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ନେଇ ନିଜେ ଘୋଷଣା କରିଛନ୍ତି ବର୍ଷା। ଫିଲ୍ମର କାହାଣୀକୁ ନେଇ ସସପେନ୍ସ ଲାଗି ରହିଥିଲେ ବି ସ୍ବାମୀ-ସ୍ତ୍ରୀଙ୍କ ସଂପର୍କର ବିଭିନ୍ନ ସେଡ୍ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଖାସ୍ କରି ଫିଲ୍ମ ଏଣ୍ଡିଂକୁ ଅପେକ୍ଷା କରିଛନ୍ତି ଦର୍ଶକ । ପୁଣିଥରେ କୁଇନ୍ ଯୋଡିକୁ ଦେଖିବେ ଦର୍ଶକ । ମାହି ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରୁଥିବା ବେଳେ ତାଙ୍କ ଅପୋଜିଟରେ ଯୁବରାଜ ଭୂମିକାରେ ଦେଖାଦେବେ ଜୟଜିତ୍। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ମଳୟ ମିଶ୍ର, ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭ୍ ହେଡ୍ ଦାୟିତ୍ଵ ରେ ଅଛନ୍ତି ନିଜେ ବର୍ଷା ।

ମୌଳିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ୍ ରେ ବର୍ଷା ଓ ଜୟଜିତଙ୍କ ସହ ଅଭିନୟ କରିଛନ୍ତି ରବି ମିଶ୍ର, ପିହୁ, ଶଙ୍କର ପ୍ରଧାନ, ସ୍ମିତା ତ୍ରିପାଠୀ, ବିଜୟିନୀ ମିଶ୍ର, ୠଷି ପଟ୍ଟନାୟକ, କୁନୁରୀ, ଶୋଭା, ପାୟଲ ପ୍ରମୁଖ। ପୂର୍ବରୁ ନିମକୀ, କୁଇନ୍, ବିଜୟିନୀ, ବସ୍ ଭଳି ନାରୀ କୈନ୍ଦ୍ରିକ ଚିତ୍ର ଦେଇ ଓଲିଉଡରେ ଟ୍ରେଣ୍ଡ ସେଟ୍ କରିଛନ୍ତି ବର୍ଷା। ନିକଟରେ କୁଇନ୍ ଚଳଚ୍ଚିତ ପାଇଁ ସ୍ବତନ୍ତ୍ର ଜୁରୀ ପୁରସ୍କାର ବି ପାଇଛନ୍ତି ବର୍ଷା। ଏବେ ବର୍ଷାଙ୍କ ୱାଇଫ୍ କୁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ଓଡ଼ିଶା ପର୍ବ
10m ago
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
31m ago
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ
VILLAGERS
36m ago
ପାହାଡ଼ ଚିରି ୪ କିମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
BJP
ବବି ଓ ତାଙ୍କ ଭାଇ ଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ସରକାରର ବଡ଼ ଆକ୍ସନ
ଅର୍ଗସ ବ୍ୟୁରୋ: ବିରଜା ହାଟରେ ବ୍ୟବସାୟୀଙ୍କ ଧମକ ଦେବା ମାଡ଼ ମାରିବା ପଡ଼ିଲା ମହଙ୍ଗା । ଜେଲ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକା
MODI
ମହାରାଷ୍ଟ୍ରରେ ମୋଦି ଗ୍ୟାରେଣ୍ଟି ମ୍ୟାଜିକ୍
ଅର୍ଗସ ବ୍ୟୁରୋ: ଡର ଓ ବିଭାଜନ ରାଜନୀତିକୁ ପ୍ରତ୍ୟାଖାନ କରି ଏକତା ଆପଣାଇଛନ୍ତି ମହାରାଷ୍ଟ୍ର ଲୋକେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଏହାର ବଡ଼ ପ୍ରମାଣ। 288 ବିଧାନସଭ