ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍
by Argus News
Thu, Dec 19 | 10:07 a.m.

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଶୀତର ଲହରୀ। ପ୍ରବଳ ଯାଡରେ ଆକ୍ତାମାକ୍ତା ଲୋକେ। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା. ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶରେ ପ୍ରବଳ ଶୀତର ଲହରୀ ଅନୁଭୁତ ହେଉଛି।  ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨ରୁ ୩ ଦିନ ଭିତରେ ପାରଦ ଆହୁରୀ ୨ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । 

ଜମ୍ମୁ ଓ କାଶ୍ମୀରର ଅନେକ ସ୍ଥାନରେ ପାରଦ ଶୂନ ଡିଗ୍ରୀ ତଳକୁ ଖସି ଆସିଛି । ଶ୍ରୀନଗରରେ ତାପାମାତ୍ରା ମାଇନସ୍ ୩.୪ ଡିଗ୍ରୀ ରହିଛି । ଗୁଲମାର୍ଗରେ ମାଇନସ୍ ୪ ଓ ପେହେଲଗାଓଁରେ ମାଇନସ୍ ୫ ତାପାମାତ୍ରା ରେକର୍ଡ କରାଯାଇଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍। ପ୍ରବଳ ଶୀତ ପରେ କଲବଲ କରିବ ଅଦିନିଆ ବର୍ଷା। ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା। ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା।
 

ICAR-CTCRI
11m ago
କନ୍ଦମୂଳ ଚାଷ, ବ୍ୟବସାୟ ଓ ମାନକୁ ନେଇ କର୍ମଶାଳା ଆୟୋଜନ
ଭୁବନେଶ୍ୱର: କନ୍ଦମୂଳ ବ୍ୟବସାୟକୁ ନେଇ ICAR-CTCRI, ଭୁବନେଶ୍ୱର, ଆଞ୍ଚଳିକ ଷ୍ଟେସନରେ ଆୟୋଜନ ହୋଇଯାଇଛି କର୍ମଶାଳା । କିପରି ଉନ୍ନତମାନର ଟେକନୋଲୋଜି ଦ୍ୱାରା କିପରି କନ୍ଦମୂଳ ଚାଷ ଓ ଏହା
ରାହୁଲ ଗାନ୍ଧି
16m ago
ରାହୁଲ ଗାନ୍ଧିଙ୍କ ଆଚରଣକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ସଂସଦ ଭିତରେ ବିଜେପି ସାଂସଦ ପ୍ରତାପଙ୍କୁ ରାହୁଲ ଧକ୍କା ଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମନ୍ତବାଦୀ ରାହୁଲ ଗାନ୍ଧ
ପୁତ୍ରସନ୍ତାନ
ପୁତ୍ରସନ୍ତାନର ମା' ହେଲେ ଦେବୋଲିନା ଭଟ୍ଟାଚାର୍ଯ୍ୟ
ଅର୍ଗସ ବ୍ୟୁରୋ: ଟିଭିର ଗୋପୀ ବୋହୂ ତଥା ଦେବୋଲିନା ଭଟ୍ଟାଚାର୍ଯ୍ୟ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍
ସଂସଦରେ
ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ
ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟର
ଭାରତରେ ୯୦୦
ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’
ଅର୍ଗସ ବ୍ୟୁରୋ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାର