କଣ କହୁଛି ଆଜିର ରାଶିଫଳ: ପଢ଼ନ୍ତୁ ଏବଂ ସତର୍କ ରୁହନ୍ତୁ?
by Argus News
Wed, Aug 14 | 9:16 a.m.

ମେଷ

ଅର୍ଗସ ବ୍ୟୁରୋ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ପରିବାରରେ ଥିବା ମତାନ୍ତର- ମନାନ୍ତରରେ ପରିଣତ ହୋଇପାରେ । ସମ୍ପତି ଲାଭ ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନାପୂର୍ଣ୍ଣ ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ-ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ରୁଟି ଓ ଗୁଡ ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ।
ବୃଷ-
ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । ଛାତ୍ରଛାତ୍ରୀ ମାନେ ପଢାରେ ଆଗେଇବେ। ରାଜନୀତିରେ ଉଚ୍ଚ ପଦବୀ ପାଇବେ । ମହିଳା ମାନେ ସାହସୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଚାକିରି କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ । ଭୂ- ସମ୍ପତ୍ତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦ୍ବିତା କ୍ଷେତ୍ରରେ ବିଜୟୀ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା-୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
ବଡ଼ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ। ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ଧାର୍ମିକ କାର‌୍ୟ୍ୟ କରିବାର ମଧ୍ୟ ଆପଣଙ୍କୁ ସୁଯୋଗ ମିଳିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  
ସିଂହ-
ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । କୌଣସି ଅଜଣା ବ୍ୟକ୍ତି ସାହାଯ୍ୟର ହାତ ବଢାଇବେ। ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ରାମଙ୍କ ଫଟୋକୁ ପୂଜା କରନ୍ତୁ ।
କନ୍ୟା-
ବ୍ୟବସାୟରେ ଲାଭାଂଶ କମାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରୀଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବିଦ୍ୟାର୍ଥି ମାନେ ବିଦ୍ୟାନୁରାଗି ହେବେ । ରାଜନୀତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ମନରେ ଉଦବେଗ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ । ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି । ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ। 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୬
ପ୍ରତିକାର- ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ବିଦ୍ୟାର୍ଥୀଙ୍କ ମନ ନୈରାଶୀ ଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ ଆର୍ଥୀକ ଲାଭ ମିଳିବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ ।
ମକର-
ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ। କୌଣସି ବଡ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ। ପ୍ରଶାସନ, ଅଧ୍ୟୟନ କ୍ଷେତ୍ରରୁ ଶୁଭଫଳ ମିଳିବ। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ
କୁମ୍ଭ-
ମାନସିକ ସୁସ୍ଥତା ରହି ନପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଆଜି ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଲେଖାପଢାରେ ସୁଫଳ ପାଇବେ । ରାଜନୀତିରେ ମନ ଚାହୁଁଥିବା ପଦବୀ ମିଳିପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା-୮
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ । ଭୂ-ସମ୍ପତ୍ତିକୁ ନେଇ କଳହ ଦେଖାଦେବ । ମହିଳା ମାନଙ୍କର ବନ୍ଧୁ ମିଳନ ଯୋଗ ରହିଛି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ