ପିକ୍‌ଅପ୍‌ ଧକ୍କାରେ ଯୁବକ ମୃତ
by Argus News
Sun, Sep 29 | 5:01 p.m.

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ନିକଟ ଶୁଖିଲା ଆମ୍ବ ଠାରେ ପିକ ଆପ ଗାଡ଼ି ସହ ଏକ ଆପାଚି ମୋଟର ସାଇକେଲ ମୁହାମୁହିଁ ଧକା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ହେଲେ ଅଡବା ଥାନା ଅଡବା ଗ୍ରାମର ସନାତନ ନାୟକଙ୍କ ପୁତ୍ର ସୁଜିତ୍ ନାୟକ। 

ସୂଚନା ଅନୁଯାୟୀ, ସୁଜିତ୍ ମୋହନାରୁ କୌଣସି କାମ ସାରି ଅଡବା ନିଜ ଗ୍ରାମକୁ ଯାଉଥିବା ବେଳେ ଅପର ପକ୍ଷରୁ ବାଇକ ଆପ ଆସୁଥିବା ଫଳରେ ଶୁଖିଲା ଆମ୍ବ ନିକଟ ଏକ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଘଟଣା ସ୍ଥଳରେ ହିଁ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲା।  ତେବେ ସମ୍ପର୍କୀୟ ଓ ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଛନ୍ତି। 

ମୋହନା ଓ ରାୟଗଡା ମୁଖ୍ୟ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି। ମୋହନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଏକ୍ସ କ୍ରିଉ-9
2m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ
ହୃଦସ୍ପନ୍ଦନ
7m ago
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?
ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି
ହତ୍ୟା
18m ago
ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟରୋ: ନାଇଟ ଡ୍ୟୁଟିରେ ଥାଇ ଚୋରି ଡକାୟତି ମାମଲାର ତଦନ୍ତ କରୁଥାନ୍ତି ନାଙ୍ଗଲୋଇ ଥାନାର କନଷ୍ଟେବଲ ସନ୍ଦୀପ। ଅଞ୍ଚଳରେ ଚୋରି ଡକାୟତି ବଢ଼ିବା କାରଣରୁ ତାଙ୍କୁ ଏହାର ତଦନ୍