ନୂଆଦିଲ୍ଲୀ: କରୋନା ପାଇଁ ଘୁଞ୍ଚିଲା UPSC ଯୁଗ୍ମ ମେଡିକାଲ ପରୀକ୍ଷା -2020 । ସଂପ୍ରତି ମହାମାରୀ କୋରୋନା ପାଇଁ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଥିବାରୁ, ୟୁପିଏସସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ 8ରେ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ କରୋନ ଭାଇରସ କାରଣରୁ ପରୀକ୍ଷା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତ ।
ୟୁପିଏସସି ସିଭିଲ ସର୍ଭିସେସ ପାଇଁ ହେବାକୁ ଥିବା ଇଣ୍ଟରଭ୍ୟୁକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏପ୍ରିଲ 22ରେ ସ୍ଥଗିତ acs ପରୀକ୍ଷ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେପଟେ ଭାରତୀୟ ଆର୍ଥିକ ସେବା, ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।
UPSc 2020 ରେ ଭାରତୀୟ ଆର୍ଥିକ ସେବା, ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷା ପାଇଁ ଆସିବାକୁ ଥିବା ବିଜ୍ଞପ୍ତିକୁ ସ୍ଥଗିତ ରଖାଯାଇଛି । ଏହାର ବିଜ୍ଞପ୍ତି 25 ମାର୍ଚ୍ଚ 2020ରେ ଜାରି ହେବାର ଥିଲା ।
ଯଦି ଆଗକୁ ଲୋକେ ସଚେତନ ନ ହୁଅନ୍ତି ଏବଂ ସ୍ଥିତିରେ ସୁଧାର ନ ଆସେ ତାହାଲେ ଅନେକ ପରୀକ୍ଷା ବାତିଲ ହେବାର ସମ୍ଭାବନା ରହିଛି ।ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବା ବେଳେ ଏ ସବୁ ଉର୍ଧରେ ମଣିଷ ଜୀବନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।