ଆଇନ କୁ ଫୁ ....
ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସି ବ୍ୟକ୍ତ କଲେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କୋରେନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 10 ଳକ୍ଷ୍ୟ ଟଙ୍କା ମଧ୍ୟ ଦେଇଛନ୍ତି ନିରଞ୍ଜନ ।
ରାଜ୍ୟରେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦିନ ମଜୁରିଆ, ରିକ୍ସା ବାଲା, ନିର୍ମାଣ ଶ୍ରମିକ, ବୁଲା ବିକାଳିଙ୍କ କଥା ରାଜ୍ୟ ସରକାର ଚିନ୍ତା କରିଥିବା ସ୍ୱାଗତଯୋଗ୍ୟ । ସେମାନେ ଏହି ସମୟରେ ସରକାରଙ୍କ ସହାୟତା ପାଇଛନ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ । ଆହୁରି ବହୁତ କିଛି କରିବାର ଅଛି । ରାଜ୍ୟବାସୀ ଏବଂ ସରକାରଙ୍କ ମିଳିତ ଉଦ୍ୟମରେ ବହୁତ କିଛି ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ନିରଞ୍ଜନ ।