ଆଇନ କୁ ଫୁ ....
ଅର୍ଗସ ବ୍ୟୁରୋ: ଚୀନ୍ରୁ ଆସିଲା ଆଉ ଏକ ଭାଇରସ୍ । ଚୀନ୍ର ଉହାନ ସହରରୁ ସୃଷ୍ଟି ହୋଇଥିବା କୋରୋନା ସହ ସାରା ବିଶ୍ୱ ଲଢୁଥଇବା ବେଳେ ଏବେ ପୁଣି ଏକ ଭାଇରସ୍ ଚୀନ୍ରୁ ଆସୁଛି ଯାହାର ନାମ ହେଉଛି ‘ହନ୍ତା’ । ସରକାରୀ ମିଡିଆ ସଂସ୍ଥାନ ଗ୍ଲୋବାଲ ଟାଇମ୍ସର ସୁଚନାନୁସାରେ ଚୀନ୍ର ୟୁନାନ ପ୍ରାନ୍ତରେ ନୂଆ ଭାଇରସ୍ ହନ୍ତା ସୃଷ୍ଟି ହୋଇଛି । ଏହା ସେଠାରୁ ବ୍ୟାପିବା ମଧ୍ୟ ଆରମ୍ଭ କରିଛି ।
ଏହି ହନ୍ତା ଭାଇରସ୍ ରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲେଣି । ୟୁଏସ୍ ସେଣ୍ଟର ଫର ଡିଜିଜ୍ ଆଣ୍ଡ କଣ୍ଟ୍ରୋଲ ଦ୍ୱାରା ଏହି ହନ୍ତା ଭାଇରସ୍ର ଫଟୋ ଜାରି କରାଯାଇଛି ।