
କଳାହାଣ୍ଡି : ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀ ଉପଦ୍ରବ। ରାତିରେ ନିକଟସ୍ଥ କିଡିଙ୍ଗର ଧରମକାଁଣି ଜଙ୍ଗଲରୁ ହାତୀପଲ ଆସି କିଡିଙ୍ଗ ଗ୍ରାମର କଳାକୁଟୁ ଶବରଙ୍କ ଘର ଭାଙ୍ଗି ଘରେ ଥିବା ଚାଉଳ ଖାଇବା ସହ ବାସନ କୁଶନ ମଧ୍ୟ ନଷ୍ଟ କରିଛନ୍ତି। ପରେ କିଡିଙ୍ଗ ଓ କାଉକୁଡ଼ା ଗାଁର ବହୁ ଲୋକଙ୍କ ଧାନ, ମକା ଓ ପନିପରିବା ଫସଲ ନଷ୍ଟ କରିଥିବା ଜଣାପଡିଛି । ଏହି ହାତୀପଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଫସଲ ନଷ୍ଟ କଲା ପରେ ଗତ ୧ ତାରିଖରେ ବେଡାଗାଁ ପଞ୍ଚାୟତ ଧାନ ଫସଲ ନଷ୍ଟ କରି ସାନ ମାଝୀଙ୍କୁ ତାଙ୍କ ଚାଷ ଜମିରେ ଆକ୍ରମଣ କରିବା ଯୋଗୁଁ ମୃତ୍ୟୁ ଘଟିଥିଲା। ହାତୀପଲ ଏବେ ଲାଞ୍ଜିଗଡ଼ରୋଡ ପଞ୍ଚାୟତର କିଡିଙ୍ଗ ବିଟ୍ ଧରମକାଁଣି ଜଙ୍ଗଲ ଆଡକୁ ମୁହାଁଇ ଥିବାବେଳେ ଅନ୍ୟ ଏକ ଦଳ ୧୩ ଗୋଟି ହାତୀପଲ ଲାଞ୍ଜିଗଡ଼ରୋଡ଼ ବିଟ୍ ଲାଞ୍ଜିପଦର ଠାରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

