ଏସଓପି ଏଠି ସମ୍ପୁର୍ଣ୍ଣ ଫେଲ୍ ମାରିଛି ....
ସମ୍ବଲପୁର : ଚାଷୀ ମୁଣ୍ଡରେ ଚଡ଼କ । କେବେ ଅଦିନିଆ ବର୍ଷା ତ ଆଉ କେତେବେଳେ ଡହଡହ ଖରା । ଆଉ ଏବେ ଜଙ୍ଗଲୀ ବାରହା ସାଜିଛି ଦାଉ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରାମତିଲେଇମାଲ ଗ୍ରାମରେ ବାରହା ଆତଙ୍କ । ଜଙ୍ଗଲୀ ବାରହା ଧାନ ଜମିରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ଫଳରେ ଚିନ୍ତାରେ ପଡିଛି ଚାଷୀ । ସେପଟେ ବନ ବିଭାଗ ଚାଷୀ ମାନଙ୍କର ନାମ ଏବଂ କେତେ କ୍ଷତି ହୋଇଛି ତାହା ବନ ବିଭାଗର କାର୍ଯ୍ୟାଳୟରେ ପଇଠ କରିବାକୁ କହି ଚୁପ ବସିଛି।
ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରାମତିଲେଇମାଲ ଗ୍ରାମରେ ବାରହାମାନଙ୍କ ଯୋଗୁଁ ଏକର ଏକର ଫସଲ ନଷ୍ଟ ହେଉଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ବାରାହା ପଲକୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ମଧ୍ୟ ସହଯୋଗ କରୁଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ଏହାର ସ୍ଥାୟୀ ସମାଧାନ ନେଇ ଚେଷ୍ଟା ଚାଲିଥିବା କହିଛନ୍ତି ରେଞ୍ଜର ଗଗନ ବିହାରୀ ମଲ୍ଲିକ ।