ରାଜ୍ୟରେ ବଡ ସମସ୍ୟା ହେଉଛି ବେରୋଜଗାରୀ
ବରଗଡ଼: ଭୁଲିଗଲେ ପ୍ରତିଶ୍ରୁତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବଡାଶମ୍ବର କୃଷକ ସଂଗଠନ ତରଫରୁ ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ କରାଯାଇଥିଲା । ଉପଜିଲ୍ଲାପାଳଙ୍କ ଚୁକ୍ତି ମୁତାବକ 10 ଦିନ ଭିତରେ ସମସ୍ତ ଧାନ ମଣ୍ଡୀରୁ ଧାନ ଉଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ତଥାପି ଧାନ ଉଠିଲା ନାହିଁ ଯାହା ଫଳରେ ଚାଷୀ ବାଧ୍ୟ ହୋଇ ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଧାନ ବସ୍ତା ଗଦା କରିଥିଲେ ଚାଷୀ ।
ପ୍ରାୟ 7 ଲକ୍ଷ ବସ୍ତା ଧାନ ମଣ୍ଡି ମାନଙ୍କରେ ଖତଖାଉଛି ଏବଂ 4500 ଚାଷୀଙ୍କ ଟୋକନ ଲାପସ୍ ହୋଇସାରିଲାଣି । ଦିନସାରା କୌଣସି ସରକାରୀ ଅଧିକାରୀଙ୍କ ଦେଖା ନଥିବା ବେଳେ ବିଳମ୍ବିତ ରାତିରେ ପଦ୍ମପୁର ଉପଜିଲ୍ଲାପାଳ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।