ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଭୁବନେଶ୍ୱର: ଚାଷୀଙ୍କ ଅଭିଯୋଗ ନଶୁଣି ହଟହଟା ବିଡିଓ । ଶୀତଳ ଭଣ୍ଡାର ପାଇଁ ବିଡ଼ିଓଙ୍କ ଚୌକି ଉପରକୁ ଟମାଟୋ ଫୋପାଡ଼ିଲେ ଚାଷୀ । ଯାଜପୁର ଜିଲ୍ଲା ବରିରେ ଦେଖିବାକୁ ମିଳିଛି ଚାଷୀ ଅସନ୍ତୋଷ । ବରି ଅଞ୍ଚଳରେ ଆବଶ୍ୟକ ବଜାର ନଥିବାବେଳେ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ । ଫଳରେ ଟମାଟୋ କିଲୋ ଦୁଇ ଟଙ୍କା ଓ ବାଇଗଣ କିଲୋ ଅଢେଇ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ।
ଏପରିକି କେତେକ ଚାଷୀ ଟମାଟୋ ଓ ବାଇଗଣ ତୋଳୁ ନାହାନ୍ତି । ବିଲରେ ପରିବା ନଷ୍ଟ ହେବାକୁ ବସିଲାଣି । ଆବଶ୍ୟକ ବଜାର ନଥିବାରୁ ଶହ ଶହ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବୁଧବାର ଚାଷୀମାନେ ତାତି ଥିଲେ। ଟମାଟୋ ଓ ବାଇଗଣ ଚାଷୀମାନେ ବିଡ଼ିଓଙ୍କ ଚୌକି ଉପରକୁ ଟମାଟୋ ଓ ବାଇଗଣ ଫୋପାଡ଼ିବା ଦେଖିବାକୁ ମିଳିଥିଲା ।