ଏସଓପି ଏଠି ସମ୍ପୁର୍ଣ୍ଣ ଫେଲ୍ ମାରିଛି ....
ବ୍ରହ୍ମପୁର: ପୁଣି ତାତିଲେ ଚାଷୀ । ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବିଛଣା ଗାଁ ଛକରେ ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଟୋକନ ପାଇବା ପରେ ବି ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀମାନେ ଧାରଣା ଦେଇଛନ୍ତି ।
ଏପରିକି ଅନେକ ଚାଷୀଙ୍କ ଧାନ ଖଳାରେ ପଡିରହି ନଷ୍ଟ ହେଉଛି । ଧାନ ଉଠାଇବା ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ନିରାଶ ହେବାପରେ ଶେଷରେ ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହିଛି ।