ଅଟୋ ଡ୍ରାଇଭରଙ୍କ ମହାନତା
ଖୋର୍ଦ୍ଧା: ମଣ୍ଡି ସମସ୍ୟା ପାଇଁ ରାସ୍ତାରେ ଅନ୍ନଦାତା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ହାଟବସ୍ତ ଠାରେ ଥିବା ଶ୍ରୀଚନ୍ଦନପୁର ମଣ୍ଡିରେ ଧାନ ଉଠାଣ ସମସ୍ୟା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀଚନ୍ଦନପୁର ମଣ୍ଡିରେ ୧୪ ହଜାର କୁଇଣ୍ଟାଲ ଧାନ ଉଠାଣ ଟାର୍ଗେଟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାର କୁଇଣ୍ଟାଲ ଧାନ ଉଠାଣ ହୋଇଛି । ଆହୁରି ୯ ହଜାର କୁଇଣ୍ଟାଲ ଧାନରେ ମଣ୍ଡିରେ ପଡ଼ି ରହିଛି ।
ଏନେଇ ଚାଷୀ ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲା ଯୋଗାଣଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ । ଯାହାର ପ୍ରତିବାଦରେ ଆଜି ଚାଷୀମାନେ ଧାନ ବସ୍ତା ରଖି ହାଟବସ୍ତ ଠାରେ ରାଜସୁନାଖଳା-ଧଳାପଥର ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ କରିବା ସହିତ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି ।