ବରଗଡ଼: ମଣ୍ଡିରୁ ଧାନ ନ ଉଠିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ମୁଣ୍ଡୋମହୁଲ ଗ୍ରାମରୁ ଏଭଳି ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ହେଉଥିବାର ନଜିର ରହିଛି ।
ମାସ ମାସ ଧରି ଟୋକନ ଥାଇ ମଧ୍ୟ ଧାନ ବିକ୍ରି କରି ନ ପରିବା ଯୋଗୁଁ ଚାଷୀକୁଳ ହତାଶ ହେବା ସ୍ବାଭାବିକ । ଅନେକ ଯୋଗ୍ୟ ଚାଷୀ ନିଜର କଷ୍ଟପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ସବୁ ପ୍ରଚେଷ୍ଟାରେ ବିଫଳ ହେବା ପରେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ।
ଚଳିତ ଖରିଫ ଋତୁରେ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ମଣ୍ଡିକୁ ଧାଇଁ ଧାଇଁ ହଇରାଣ ହୋଇଯାଇଛନ୍ତି । ଶେଷରେ ଉପଜିଲ୍ଲପାଳଙ୍କ କାର୍ୟ୍ୟାଳୟରେ ଲିଖିତ ଭାବେ ଅନୁରୋଧ କରିଛନ୍ତି । ଧାନ ବିକ୍ରି ନହେଲେ ଚାଷୀଙ୍କ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବାରୁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ପଦ୍ମପୁର ଉପଜିଲ୍ଲାପାଳ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବ ଧାନ ବିକ୍ରି କରିବାପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।