ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଆସିକା, ହିଂଜିଳି ଏବଂ ସେରଗଡ଼ ରେ ଅଧିକ ପରିମାଣରେ ଫୁଲକୋବି ଚାଷ ହୋଇଥାଏ।ଚଳିତ ବର୍ଷ ମଧ୍ୟ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦୁଇ ପଇସା ରୋଜଗାର କରିବା ପାଇଁ ଏହି ଚାଷୀ ମାନେ ଫୁଲକୋବି ଚାଷ କରିଥିଲେ। ଗଛ ବି ଭଲ ହୋଇଥିଲା।କିନ୍ତୁ ସବୁ କିଛି ଲଘୁଚାପ ଜନିତ ବର୍ଷା ଉଜାଡି ଦେଲା।ଫୁଲ କୋବି ଆଉ କେଇଟା ଦିନ ପରେ ଉତ୍ପାଦନ ହୋଇଥାନ୍ତା କିନ୍ତୁ ସବୁ କିଛି ପଚି ଶଢୀନଷ୍ଟ ହୋଇଗଲା।
ଖାଲି ସେତିକି ନୁହେଁ, ଫୁଲକୋବି ଚାଷ ପାଇଁ ଅଧିକ ଟଙ୍କା ଜରୁରୀ ହୋଇଥାଏ। ନିକଟସ୍ତ ସୋସାଇଟି, ଏବଂ ଅନ୍ୟଠାରୁ ଧାର କରଜ କରି ଆଣିଥିବା ଟଙ୍କା ବର୍ତ୍ତମାନ ସୁଝିବା ମଧ୍ୟ କାଠିକର ପାଠ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗଞ୍ଜାମର ଏ ସବୁ ଅଞ୍ଚଳରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏମିତି କି ରାଜ୍ୟ ବାହାର କୁ ଫୁଲକୋବି ରପ୍ତାନୀ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଆଉ ଫୁଲକୋବି ରପ୍ତାନୀ ମଧ୍ୟ ହୋଇପାରିବ ନାହିଁ। ଅନ୍ୟପଟେ କୌଣସି ସରକାରୀ ଅଧିକାରୀ ମଧ୍ୟ ଜମି କୁ ଯାଇ ଦେଖିନଥିବା ଅଭିଯୋଗ ହୋଇଛି। ସରକାରୀ ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି ସହ ସହ ଫୁଲକୋବି ଚାଷୀ। ଗୋଟିଏ ପଟେ ମୁଣ୍ଡ ଉପରେ ଧାରକରଜ ର ବୋଝ।ଅନ୍ୟପଟେ ସରକାର ଙ୍କ ର ଚାଷୀ ପ୍ରତି ଆନ୍ତରିକତା ର ଅଭାବ।ଦେଖିବାକୁ ବାକି ରହିଲା କେବେ ମିଳିବ ସରକାରୀ ସହାୟତା।