ସାରା ରାଜ୍ୟରେ ଧାନ ଉଠାଇବା ଦାବିରେ ତେଜୁଛି ଜନଅସନ୍ତୋଷ । ଟାର୍ଗେଟ ନଥିବାରୁ ମଣ୍ଡିରୁ ଉଠୁନି ଧାନ । ଏପରିକି ଟୋକନ ଥିବା ସତ୍ତ୍ୱେ ବି ଉଠୁନି ଧାନ । ଯାହାକୁ ନେଇ ଚାଷୀମାନେ ଅଭିନବ ଧାରଣା ଦେଇଛନ୍ତି । ତେବେ ରାସ୍ତାରୋକ ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅତିରିକ୍ତ ତହସିଲଦାର ।
ଧାନ ଉଠାଇବା ଦାବିରେ ତେଜୁଛି ଚାଷୀ ଆନ୍ଦୋଳନ

ବ୍ରହ୍ମପୁର: ଧାନ କିଣା ନେଇ ତେଜୁଛି ଚାଷୀ ଅସନ୍ତୋଷ । ଧାନ ଉଠାଇବା ଦାବିରେ ଛତ୍ରପୁର ବ୍ଲକ ପୋଟଲାମପୁରର ଶହଶହ ଚାଷୀ ଆଜି ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟ ଜଳ ଯୋଗାଣ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତୁରନ୍ତ ସେମାନଙ୍କ ଧାନ ଉଠାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ।
Download Argus News App
