ନୂଆଦିଲ୍ଲୀ: ଦୁଇ ଦୁନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ । ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବାର କାର୍ଯ୍ୟକ୍ରମ କହିଛି । 24 ତାରିଖ ଦିନ ଟ୍ରମ୍ପ ତାଜମହଲ ପରିଭ୍ରମଣ କରିବେ । ଏଥିାପଇଁ 24 ତାରିଖରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିବ। ଟ୍ରମ୍ପଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସେହିଦିନର ମଧ୍ୟାହ୍ନ ପରଠାରୁ ସର୍ବସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ତାଜମହଲ ବନ୍ଦ ରହିବ ବୋଲି ଏଏସ୍ଆଇ ଆଗ୍ରା ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିପାଇଁ ଏବେଠାରୁ ଆଗ୍ରାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ସଫେଇ କରାଯିବା ସହ ସୌନ୍ଦର୍ଯ୍ୟିକରଣ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ବିମାନ ବନ୍ଦରରୁ ତାଜମହଲ ପହଞ୍ଚିବା ପାଇଁ ବାଟରେ ପଡୁଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଭଳି ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଟ୍ରମ୍ପଙ୍କ ଆଗମନକୁ ନେଇ ବେସ ଉତ୍ସାହିତ ଅଛନ୍ତି ଆଗ୍ରାବାସୀ ।